Masthead

ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର। ସେନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଗୁଣ୍ଡିଚା ମନ୍ଦିର ଭିତରକୁ ଉନ୍ନତିମୂଳକ କାମର ସ୍ଥିତି ପରଖିଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିବା ବେଳେ ଦାନବାକ୍ସ ଗଣତି ପାଇଁ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଛି ।

ସେପଟେ ଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୁଣ୍ଡିଚା ମନ୍ଦିର ଆସି ଜନ୍ମବେଦି ଦର୍ଶନ କରିଥାନ୍ତି। ତେବେ ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଏବେବି ଭକ୍ତମାନେ ଭିତରକୁ ନଯାଇପାରି ବାହାରୁ ନିରାଶ ହୋଇ ଫେରୁଛନ୍ତି । ତେଣୁ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ତେଵେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ । ଜୋତା ଓ ମୋବାଇଲ୍ ପାଇଁ ନିଶୁଳ୍କ ବ୍ୟବସ୍ଥା ରହିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର!