Before Header

ହାଇୱା ଧକ୍କାରେ ସାଇକେଲ ଆରୋହୀ ମୃତ, ଉତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

0 1,052

ଯୋଡା (ବଡ଼ ଖବର ବ୍ୟୁରୋ): ଚମ୍ପୁଆ ଥାନା, ଏନ୍ ଏଚ୍ ୫୨୦ ଆଙ୍ଗୁଳିଆ ନିକଟରେ ଦୁର୍ଘଟଣା । ହାଇୱା ଧକ୍କାରେ ସାଇକେଲ ଆରୋହୀ ମୃତ । ମୃତକ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କାଦଡିହ ଅଞ୍ଚଳର ରୋହିତ ସିଂ । ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ଼୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ୍ ଘଟଣାସ୍ଥଳରେ ପହଁଚି ହାଇୱା ଡ୍ରାଇଭରକୁ ମୁକୁଳାଇ ରିମୁଳି ଫାଣ୍ଡିକୁ ନେଇଛି ।

ରାଜପଥରେ ବେପରୁଆ ଓ ଦ୍ରୁତ ଗତି ଗାଡ଼ି ଚାଳନା ଯୋଗୁଁ ଆଙ୍ଗୁଳିଆ ନିକଟରେ ବାରମ୍ବାର ଏହିପରି ସଡ଼କ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ହାନୀ ଘଟୁଛି । ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ଚମ୍ପୁଆ ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.