Masthead

୮ ପାକିସ୍ତାନୀ ଯବାନ ନିହତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କାହିଁକି ସୁଧୁରୁନି ପାକିସ୍ତାନ । ଅତଙ୍କବାଦୀ ଦେଶ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି । ଯାହାର କଡ଼ା ଯବାବ ଦେଇଛି ଭାରତୀୟ ସେନା । ଏଲଓସିର କୁପୱାଡ଼ା ଠାରେ ଭାରତୀୟ ସେନାଙ୍କ ଗୁଳିମାଡ଼ରେ ୭ରୁ ୮ଜଣ ପାକିସ୍ତାନ ସେନା ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହାସହ ୧୦ରୁ ୧୨ଜଣ ସେନା ଆହତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ଭାରତୀୟ ସେନା ପାକିସ୍ତାନର ଅନେକ ବଙ୍କର ଓ ଲଞ୍ଚ ପ୍ୟାଡ଼ ମଧ୍ୟ ଧ୍ୱଂସ କରିଥିବା ସୂଚନା ମିଳୁଛି । ଅନ୍ୟପଟେ ଗୁଳି ବିନିମୟରେ ୩ଜଣ ଭାରତୀୟ ସେନା ସହ ୩ଜଣ ସାଧାରଣ ଲୋକ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଜବାନଙ୍କ ମଧ୍ୟରେ ଜଣେ ବିଏସଏଫ ଜବାନ ମଧ୍ୟ ରହିଛନ୍ତି ।

ପାକିସ୍ତାନର ଏପରି ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନକୁ ସର୍ବଦା ଭାରତୀୟ ସେନା କଡ଼ା ଜବାବ ଦେଇଛି । ଏଲଓସିରେ ଆଜିର ଏହି ଅସ୍ତ୍ରବିରତି ଉଲଙ୍ଘନକୁ ଭାରତୀୟ ସେନା ପ୍ରାଣପ୍ରଣେ କଡ଼ା ଜବାବ ଦେଇଛି । ପାକିସ୍ତାନୀ ସେନାଙ୍କୁ ଧୂଳି ଚଟାଇଛି ଭାରତୀୟ ସେନା । କର ବା ମର ପରିସ୍ଥିତିରେ ଆଜି ଭାରତୀୟ ସେନାର ୩ଜଣ ଯବାନ ଶହୀଦ ହୋଇ ପାକିସ୍ତାନୀ ସେନାର ଏକାଧିକ ବଙ୍କର ଏବଂ ଲଞ୍ଚ ପ୍ୟାଡ଼ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନର ଏହି ଆଚରଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ