Masthead

ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ତିକ୍ତତା ବଢ଼ିଛି । ଡ୍ରୋନ୍‌ ଆକ୍ରମଣ ଅଭିଯୋଗ ପରେ ଆଫଗାନିସ୍ତାନ ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ କରିଛି । ପାକିସ୍ତାନର ମନ୍ତ୍ରୀ ଆତାଉଲ୍ଲା ତାରାରଙ୍କ କହିବା ଅନୁସାରେ, ଆଫଗାନିସ୍ତାନର ୧୦ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଛି । ଏହି ସ୍ଥାନଗୁଡ଼ିକରୁ ପାକିସ୍ତାନ ବିରୋଧରେ ଡ୍ରୋନ୍‌ ଉଡ଼ାଯାଉଥିବା ଏବଂ ଡ୍ରୋନ୍‌ ରଖାଯାଉଥିବା ପାକିସ୍ତାନ ଦାବି କରିଛି । ପାକିସ୍ତାନର ଏହି ଆକ୍ରମଣ ପରେ ଆଫଗାନିସ୍ତାନରେ ଥିବା ରୁଷ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ପୂର୍ବ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌ ଯୋଗୁଁ ସାଧାରଣ ନାଗରିକଙ୍କ ମୃତାହତ ହେବା ଖବରକୁ ନେଇ ରୁଷ ଦୂତାବାସ ଗଭୀର ଚିନ୍ତା ପ୍ରକାଶ କରିଛି । ଉଭୟ ପକ୍ଷକୁ ସଂଘର୍ଷ ଏଡ଼ାଇ ଆଲୋଚନା ମାଧ୍ୟମରେ ମତଭେଦର ସମାଧାନ କରିବାକୁ ରୁଷ ଆହ୍ୱାନ ଦେଇଛି ।

୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଦାବି

ଆଫଗାନିସ୍ତାନ ସରକାରଙ୍କ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦଙ୍କ ଅନୁସାରେ, ପାକିସ୍ତାନୀ ଏୟାରଷ୍ଟ୍ରାଇକ୍‌ରେ କାନ୍ଦାହାର, ପକ୍ତିଆ ଓ ଖୋସ୍ତ ପ୍ରଦେଶରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ତାଲିବାନ ସରକାର ଏହି ଆକ୍ରମଣକୁ ନିନ୍ଦା କରିଛି। ଅନ୍ୟପକ୍ଷରେ, ପାକିସ୍ତାନ କହିଛି ଯେ ଏହି ଆକ୍ରମଣ ନିର୍ଦ୍ଦିଷ୍ଟ ସାମରିକ ଟାର୍ଗେଟ୍‌ ଉପରେ କରାଯାଇଥିଲା। ପାକିସ୍ତାନର ଦାବି ଅନୁସାରେ, ଏହା ଏକ ଦିନ ପୂର୍ବରୁ ଆଫଗାନିସ୍ତାନରୁ ଆସିଥିବା ଡ୍ରୋନ୍‌ ଆକ୍ରମଣର ପ୍ରତିକ୍ରିୟା। ତେବେ କାବୁଲ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ ସମ୍ପର୍କିତ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରାଯାଇଛି।

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ ପରେ ତାଲିବାନ ସରକାରର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଏହି ଆକ୍ରମଣର ମାକୁଲ ଜବାବ ଦିଆଯିବ। ତାଙ୍କ କହିବା ଅନୁସାରେ, ଆଫଗାନିସ୍ତାନ ଏହି ଆକ୍ରମଣକୁ ନିଜ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ଆକ୍ରମଣ ଭାବେ ଦେଖୁଛି । ମୁଜାହିଦ କହିଛନ୍ତି ଯେ ପାକିସ୍ତାନର ଏଭଳି ଆକ୍ରମଣର ମୁକାବିଲା ପାଇଁ ଆଫଗାନିସ୍ତାନ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବ ଏବଂ “ମାକୁଲ ଜବାବ ଦିଆଯିବ, ଇନ୍‌ଶାଆଲ୍ଲାହ”।

ଡ୍ରୋନ୍‌ ଆକ୍ରମଣ ଅଭିଯୋଗକୁ ଖଣ୍ଡନ

ଆଫଗାନିସ୍ତାନ ପକ୍ଷରୁ ପାକିସ୍ତାନର ଡ୍ରୋନ୍‌ ଆକ୍ରମଣ ଅଭିଯୋଗକୁ ମଧ୍ୟ ଖଣ୍ଡନ କରାଯାଇଛି । ତାଲିବାନ ସରକାର କହିଛି ଯେ ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ଡ୍ରୋନ୍‌ ପଠାଯାଇଥିବା ନେଇ ଯେଉଁ ଦାବି କରାଯାଉଛି, ତାହା ଆକ୍ରମଣକୁ ଯଥାର୍ଥ ପ୍ରମାଣ କରିବା ପାଇଁ କରାଯାଉଛି । ଏହି ଘଟଣା ପରେ କାବୁଲ ଓ ଇସଲାମାବାଦ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି । ଚୀନ୍‌, ତୁର୍କୀ, କତାର ଓ ସାଉଦି ଆରବ ସମେତ ବିଭିନ୍ନ ଦେଶର ମଧ୍ୟସ୍ଥତା ଉଦ୍ୟମ ମଧ୍ୟରେ ଏହି ନୂଆ ସଂଘର୍ଷ ଅଞ୍ଚଳୀୟ ଶାନ୍ତି ପ୍ରୟାସକୁ ଜଟିଳ କରିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ