Masthead

ନେହେଙ୍ଗେରାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଗନ୍ଦିଆ ବ୍ଲକର ଆଦିବାସୀ ଗ୍ରାମ ନେହେଙ୍ଗେରା ରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଗତ ଅକ୍ଟୋବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗନ୍ଦିଆର ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗେରାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ” କିସାନ୍ ସ୍ପୋର୍ଟସ କ୍ଲବ ” ଆନୁକୁଲ୍ୟରେ ଏହି ଉଦଯାପନୀ ଉତ୍ସବରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ନନ୍ଦ ଆୟୋଜକ ମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଗନ୍ଦିଆ ଅଞ୍ଚଳରେ ଥିବା ଆଦିବାସୀ ଗ୍ରାମ ନେହେଙ୍ଗେରା, ଗୋଠ ତଳ , ଶ୍ରୀମନ୍ତ ପୁର, ବାଲି କିଆରି, ଛୋଟ ତେନ୍ତୁଳି, ଫୁଲ ଝର, ପିମ୍ପୀରିଆ, ଗହ୍ମରିଆ ପ୍ରଭୁତି ଆଦିବାସୀ ଗ୍ରାମମାନଙ୍କୁ ନେଇ ଏକ “ଆଦିବାସୀ ପଞ୍ଚାୟତ” ଗଠନ ପାଇଁ ଉଦ୍ୟମ କରାଯିବ। ବିନା କୌଣସି ସରକାରୀ ସାହାଯ୍ୟରେ ଅନେକ ବର୍ଷ ଧରି ଏହି ଅଞ୍ଚଳର ଆଦିବାସୀ ଯୁବକମାନେ ଏହିଭଳି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ଶ୍ରୀ ନନ୍ଦ ଯୁବକମାନଙ୍କୁ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କ ଭିତରେ ଗନ୍ଦିଆର ପୂର୍ବତନ ସରପଂଚ ଶ୍ରୀ ମଙ୍ଗରାଜ ବାରିକ, ଅସିତ ମହାନ୍ତି, ସରୋଜ ମହାଳିକ, ଭାଗ୍ୟବାନ ପ୍ରଧାନ, ଶିବଲାଲ କାଳୁଣ୍ଡିଆ, ମିଲନକୁମାର ସାହୁ, ରାଜେନ୍ଦ୍ର ମହାଳିକ, ସିଲୁ ସାହୁ ପ୍ରମୁଖ ଅନ୍ୟତମ ଅତିଥି ରୂପେ ଯୋଗଦାନ କରିଥିଲେ। ଦୀର୍ଘ ୫ଦିନ ଧରି ଚାଲିଥିବା ଏହି ମ୍ୟାଚରେ ୬୦ଟି ରୁ ଅଧିକ ଆଦିବାସୀ ଖେଳାଳିମାନେ ଯୋଗ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଦିବାସୀ ନେତା ନରେନ୍ଦ୍ର ଶୁଣ୍ଢି ଓ ଜଟିଆ ମୁଣ୍ଡା ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ