ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଉପକୂଳରେ ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର ହୋଇଛି। ମାତ୍ର ଦୁଇ ଦିନ ମଧ୍ୟରେ ଦୁଇଟି ଡଲଫିନର ମୃତଦେହ ମିଳିବା ପରେ ସାମୁଦ୍ରିକ ଜୀବ ସୁରକ୍ଷାକୁ ନେଇ ଉପକୂଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସୂଚନା ଅନୁସାରେ, ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଜାମୁକା ମୁହାଣ ନିକଟରୁ ଦୁଇ ଦିନ ତଳେ ପ୍ରାୟ ୪ ଫୁଟ ଲମ୍ବର ଏକ ଡଲଫିନର ମୃତଦେହ ଉଦ୍ଧାର ହୋଇଥିଲା। ଏବେ ପୁଣି ଭୀଲ୍ଲା ଆଡିଆ ନିକଟ ସମୁଦ୍ରକୂଳରୁ ପ୍ରାୟ ୫ ଫୁଟ ଲମ୍ବର ଆଉ ଏକ ଡଲଫିନର ମୃତଦେହ ମିଳିଛି।

ସମୁଦ୍ରକୂଳରେ ଡଲଫିନର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପ୍ରାଥମିକ ଭାବେ ମାଛଧରା ଟ୍ରଲରର ଆଘାତ ଯୋଗୁଁ ଡଲଫିନଟିର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଡଲଫିନର ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ମାତ୍ର ଦୁଇ ଦିନ ବ୍ୟବଧାନରେ ଏବଂ ଅଳ୍ପ ଦୂରତା ମଧ୍ୟରେ ଦୁଇଟି ଡଲଫିନର ମୃତଦେହ ମିଳିବା ଘଟଣା ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଘଟଣାର ଅଧିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବନ ବିଭାଗ ନିକଟରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ