ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିବା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଭୂମିକମ୍ପର ଝଟକାରେ ଅନେକ ସ୍ଥାନରେ ଦୋକାନର କାଚ ଭାଙ୍ଗିଯିବା ସହ ଭୟଭୀତ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇନାହିଁ। ଭୂମିକମ୍ପର କେନ୍ଦ୍ରସ୍ଥଳ ଶିଜୁଓକା ପ୍ରିଫେକ୍ଚର୍ ର ପଶ୍ଚିମ ଭାଗରେ ଏବଂ ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରତାରେ ରହିଥିଲା। ଏହା ବ୍ୟତୀତ ନାଗାନୋ ଏବଂ ଗିଫୁ ଭଳି ପଡ଼ିଆ ପ୍ରିଫେକ୍ଚରଗୁଡ଼ିକରେ ମଧ୍ୟ ପ୍ରକମ୍ପନ ଅନୁଭୂତ ହୋଇଥିଲା।