Masthead

ପାଣି ପାଇଁ ଘେରିଲେ

ଚିଲିକା (ବଡ଼ ଖବର ବ୍ୟୁରୋ): ଚିଲିକା ବ୍ଳକ ଜରିପଡା ପଞ୍ଚାୟତରେ ଶତାଧିକ ମହିଳାଙ୍କ ଦ୍ୱାରା ପଞ୍ଚାୟତ ଅଫିସ ଘେରାଉ । ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ ଅଫିସ ଏବଂ ଫାଟକରେ ଚାବି ପକାଇଛନ୍ତି ମହିଳାମାନେ । ଚିଲିକା ଏକ ଲବଣ ଯୁକ୍ତ ଅଞ୍ଚଳ ଏଠାରେ ମଧୁର ପାନୀୟ ଜଳ ପାଇବା ସାତ ସପନ ହୋଇପଡ଼ିଛି । ସରକାର ଦେଉଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରେ କେଉଁଠି ପତିଆରା ଜାହିରକରି ଗଳିଆ ବାଟରେ ପାଣି ମିଳୁଛି ତ ପୁଣି କେଉଁଠି ପାଣି ବୁନ୍ଦେ ମିଳୁନାହିଁ। ଜଳ ସଙ୍କଟ ଦୂର କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ବିଭିନ୍ନ ଜଳ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ବେୟ କରାଯାଉଛି କିନ୍ତୁ ଜଳ ବୁନ୍ଦେ ପାଇବା କଷ୍ଟକର । ପଞ୍ଚାୟତରେ ଦୀର୍ଘ ବର୍ଷର ସମସ୍ୟାକୁ ସ୍ଥାନୀୟ ସରପଞ୍ଚଙ୍କ ନୀରବତା ସହ ପ୍ରଶାସନିକ ଅଧିକାରୀମାନଙ୍କ ଚୁପ ରହିବା ଯୋଗୁଁ ଆଜି ଅଞ୍ଚଳର ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିଥିଲେ । ପଞ୍ଚାୟତ ପରିସରକୁ ତାଲା ମାରିବା ସହ କାଲୁପଡା-ଟାଙ୍ଗୀ ମୂଖ୍ୟ ରାସ୍ତାକୁ ବନ୍ଦ କରିଥିଲେ । ଚିଲିକା ବିଡ଼ିଓଙ୍କ ନିର୍ଦେଶରେ ଯନ୍ତ୍ରୀ ସଞ୍ଜୀବ ମଲ୍ଲିକ ପ୍ରତିଶ୍ରୁତି ଦେବା ସହ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ବୁଝାସୁଝା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼