Masthead

କରୋନା କଟକଣା ଭିତରେ ଆଖଣ୍ଡଳମଣିଙ୍କ ମହାଦୀପ ନୀତି

ଆରଡ଼ି (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦୀପାବଳି। କୋଭିଡ଼ କଟକଣା ଭିତରେ ଚଳିତବର୍ଷ ପାଳିତ ହେଉଛି ଦୀପାବଳି ଉତ୍ସବ । ଏହି ଅବସରରେ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ଆରଡ଼ିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ରାତି ୧୦ଟାରେ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ସାମନ୍ୟ ପରିବର୍ତ୍ତନ କରାଯାଇଛି। ମନ୍ଦିରର ପରମ୍ପରା ଓ ବିଧିବିଧାନ ଅନୁଯାୟୀ ସମସ୍ତ ନୀତିକାନ୍ତି କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ମହାମାରୀ କରୋନା ପାଇଁ କଟକଣା ଜାରି ରହିଥିବାରୁ ବିନା ଭକ୍ତରେ ମହାଦୀପ ନୀତି ସମ୍ପନ୍ନ ହେବ ବୋଲି ଜିଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ନୀତିକାନ୍ତି ସୀମିତ ସେବାୟତଙ୍କୁ ନେଇ ସମ୍ପନ୍ନ କରାଯିବ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ପୀତାମ୍ବର ସାମଲ କହିଛନ୍ତି। ଦୀପାବଳି ଦିନ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି, ଜଳାଭିଷେକ ଆଦି ସକାଳ ନୀତି ସମ୍ପନ୍ନ ହୋଇଥିଲା। ସକାଳ ୧୦ଟାରେ ପାଳିଆ ସେବାୟତଙ୍କ ଦ୍ୱାରା ପହିଲି ଅନ୍ନଭୋଗ ପହଡ଼ଖିଆ ନୀତି, ଅପରାହ୍ନ ଗୋଟାଏରେ ବଡ଼ ଅନ୍ନନୀତି ଭୋଗ, ୨ଟା ୩୦ରେ ଅବକାଶ (ଶୟନ) ନୀତି, ଅପରାହ୍ନ ୪ଟାରେ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି। ସଂଧ୍ୟାରେ ଷୋଡ଼ଶ ଉପଚାରରେ ବଡ଼ ଆଳତି ସରିବା ପରେ ରାତି ୯ଟାରେ ମହାଦୀପ ପ୍ରସ୍ତୁତି ଓ ଗୁପ୍ତପୂଜା ଓ ରାତି ୧୦ଟାରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଏହି ସମୟରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଚାଲିଆସୁଥିବା ଭକ୍ତମାନଙ୍କର ଦୀପଦାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ