Masthead

ଅହମଦ ପଟେଲଙ୍କ ଅବସ୍ଥା ସଙ୍କଟାପନ୍ନ

 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅହମଦ ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। ଗତ ୧ ତାରିଖରେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। କରୋନା ଭାଇରସ ଦ୍ୱାରା ତାଙ୍କ ଫୁସଫୁସ ସମେତ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତ୍ରରୀଣ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ, ପଟେଲ ୧୯୪୯ ଅଗଷ୍ଟ ୨୧ରେ ଜନ୍ମଗ୍ରହଣ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଭାବେ ସେ ବେଶ୍ ଜଣାଶୁଣା। ଗୁଜରାଟରୁ ସମୁଦାୟ ୮ ଥର ସେ ସଂସଦକୁ ନିର୍ବାଚିତ ହୋଇଛନ୍ତି। ତିନିଥର ଲୋକସଭାକୁ ଏବଂ ପାଞ୍ଚଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୭୬ରେ ପଟେଲ ପ୍ରଥମ କରି ରାଜନୀତିକୁ ଓହ୍ଲାଇଥିଲେ। ଗୁଜରାଟର ଭରୁଚ ଜିଲ୍ଲାରୁ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକାଲ ବଡି ଇଲେକ୍ସନ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଦଳର ରାଜ୍ୟ ଏବଂ କେନ୍ଦ୍ର ଶାଖାରେ ନିଜ ପତିଆରା ଜମାଇଥିଲେ। ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..