ମଞ୍ଚ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନାଟ୍ୟ ସଂଘର ଅନୁରୋଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶ ତଥା ରାଜ୍ୟରେ ମଧ୍ୟ କେତେବେଳେ କରୋନା ଗ୍ରାଫ୍ ବଢୁଛି ତ କେତେବେଳେ କମୁଛି । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ଲକଡାଉନ, ସଟଡାଉନ୍, ଅନଲକ୍ ପ୍ରକିୟା ଜାରି ରଖିଛନ୍ତି । ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଯେଭଳି କୌଣସି ପ୍ରଭାବ ନ ପଡ଼ିବ ସେ ଦିଗରେ ମଧ୍ୟ ଧ୍ୟାନ ଦେଉଛନ୍ତି । ହେଲେ ଦୀର୍ଘ ଆଠ ମାସ ହେଲାଣି ରାଜ୍ୟ ସରକାର କଳାକାରଙ୍କ ପାଇଁ ସେଭଳି କିଛି ପଦକ୍ଷେପ ନେଇନାହାନ୍ତି । ଯାହାଦ୍ୱାରା ସାଧାରଣ ମଂଚ କଳାକାରଟିଏ ତାର ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି ।

ମଂଚ ଖୋଲିବା ଦାବିରେ ଆଜି ଓଡ଼ିଶା ନାଟ୍ୟ ସଂଘ ସଦସ୍ୟମାନେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଳାକାରମାନଙ୍କ କଥା ବୁଝନ୍ତୁ ବୋଲି ନାଟ୍ୟ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଆଠ ମାସ ହେଲାଣି ନାଟକ ସହ ଜଡ଼ିତ ଥିବା ରଙ୍ଗ, କାଠ, ପୋଷାକ ସହ ଅନ୍ୟାନ୍ୟ କାରିଗରମାନେ କାମ ନ ପାଇ ପରିବାର ପତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏହାସହ କଳାକାରମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛି ନାଟ୍ୟ ସଂଘ । ଆଗାମୀ ଦିନରେ ମଞ୍ଚ କେମିତି ଖୋଲିବ ସେ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଧାରଣା ଦେଇଥିବା କଳାକାର । ପୂର୍ବତନ ସଙ୍ଗୀତ ନାଟକ ଏକାଡେମୀ ସଚିବ ତଥା ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ, ଅଭିନେତା ହରେନ୍ ସାହୁ, ଲାଲ ବୀରେନ ରାୟଙ୍କ ସମେତ ମଞ୍ଚ ସହ ଜଡ଼ିତ ଅନେକ କର୍ମକର୍ତ୍ତା ଏହିଧାରଣାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ