Masthead

୧୫ଦିନରେ ୨ ଖାଇଲା ସମୁଦ୍ର

ରାଜନଗର (ବଡ଼ ଖବର ବ୍ୟୁୁରୋ): ଗାଧୋଇବାକୁ ଯାଇ ପେଣ୍ଠ ବେଳାଭୂମିରେ ଭାସିଗଲେ ଯୁବକ। ଯୁବକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜିତ ବାଇ। ସତ୍ୟଜିତ ଆଜି ୬ ଜଣ ସାଙ୍ଗଙ୍କ ସହିତ ପେଣ୍ଠ ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ପ୍ରଥମେ ୩ ଜଣ ଗାଧୋଇବାକୁ ସମୁଦ୍ର ଭିତରକୁ ଯାଇଥିଲେ । ସତ୍ୟଜିତଙ୍କୁ ଜ୍ୱର ହୋଇଥିବାରୁ ସାଙ୍ଗମାନେ ମନାକରିଥିଲେ ଭିତରକୁ ଯିବା ପାଇଁ । ହେଲେ ସତ୍ୟଜିତ କାହା କଥା ନ ଶୁଣି ଭିତରକୁ ଯାଇଥିଲେ ଗାଧୋଇବାକୁ। ହଠାତ ୩ଟି ଉଚ୍ଚା ଲହଡ଼ି ମାଡି ଆସିଥିଲା । ସେହି ଲହଡ଼ିରେ ସମୁଦ୍ର ଭିତରକୁ ଭାସିଯାଇଥିଲେ ସତ୍ୟଜିତ। ଖବରପାଇ ରାଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସମୁଦ୍ର ଲହଡ଼ି ଦେଖି ଭିତରକୁ ପସିପାରିଲେ ନାହିଁ ଅଗ୍ନିଶମ ବାହିନୀ କର୍ମଚାରୀ । ଉତ୍ତ୍ୟକ୍ତ ଲୋକେ ଅଗ୍ନିଶମବାହିନୀକୁ କିଛି ସମୟ ପାଇଁ ଅଟକ ରଖିଥିଲେ । ଘଟଣାସ୍ଥଳରେ ରାଜନଗର ପୋଲିସ ପହଁଞ୍ଚି ବୁଝାସୁଝା କରିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଛାଡିଥିଲେ । ଖବରପାଇ ସତ୍ୟଜିତଙ୍କ ପରିବାର ଲୋକେ ପେଣ୍ଠ ସମୁଦ୍ର କୂଳରେ ପହଞ୍ଚି ବାହୁନି ବାହୁନି କାନ୍ଦୁଛନ୍ତି । ସମୁଦ୍ର ଜୁଆରରେ ନିଖୋଜ ଯୁବକଙ୍କ ମୃତଦେହ କୂଳରେ କେଉଁଠି ଲାଗିବ ଖୋଜାଖୋଜି ଚଳାଇଛନ୍ତି।
ସତ୍ୟଜିତ ବିହାରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ଦୀପାବଳି ପାଇଁ ଗାଁକୁ ଆସିଥିଲେ। ନଭେମ୍ବର ୧ରେ ଯାଜପୁର ଜିଲ୍ଲା ଜରି ଗ୍ରାମର ଜଣେ ଯୁବକ ଭାସିଯାଇ ମୃତ୍ୟୁବରଣ କରିଥିଲେ । ୧୫ ଦିନ ନ ପୂରୁଣୁ ପୁଣି ଆଜି ଆଉ ଏକ ଅଘଟଣ ପ୍ରଶାସନର ଢିଲା ଣକୁ ପଦାରେ ପକାଇଛି। ପେଣ୍ଠ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ ପେଣ୍ଠ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା ନାହିଁ । ତୁରନ୍ତ ଏଥିପ୍ରତି ପର୍ଯ୍ୟଟନ ବିଭାଗ ନଜର ଦେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା