Masthead

ପିକଅପ ଜବତ, ଚୋର ଗିରଫ

ତୁମୁଡିବନ୍ଧ(ବଡଖବର ବ୍ୟୁରୋ ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଛେଳି ଚୋରି ଏକ ସାଧାରଣ ଘଟଣା । ୯୯ ପ୍ରତିଶତ ଛେଳି ଚୋରି ଘଟଣା ଲୁଚି ରହିଯାଉଛି । ମାତ୍ର ଏକ ପ୍ରତିଶତ ଥାନାକୁ ଆସିବା ପରେ ମାମଲା ରୁଜୁ ହେଉଛି । ତୁମୁଡିବନ୍ଧ ବ୍ଲକର ଗାଁ ଗହଳିର ପ୍ରାୟ ଲୋକ ଛେଳି ପୋଷିଥାନ୍ତି। ଏଥିରୁ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। ତେବେ ଗାଁ ଗହଳିର ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାନ୍ତି ଚୋରମାନେ। ଥାନା କୋର୍ଟ କଚେରୀ ଝାମେଲାକୁ ନଯାଇ ପ୍ରାୟ ଲୋକ ଛେଳି ଚୋରି ହେଲେ ଚୁପ ରହିଯାଉଛନ୍ତି । ଫଳରେ ଚୋରମାନଙ୍କୁ ଚୋରି କରିବା ପାଇଁ ସାହସ ମିଳିଯାଉଛି । ୪ଦିନ ତଳେ ଜଣେ ଛେଳି ଚୋରି ମାମଲାରେ ଜେଲ ଯାଇଥିଲେ । ସେ ବେଲରେ ନ ଆସୁଣୁ ପୁଣି ଆଜି ଏକ ଛେଳି ଚୋରି ଘଟଣା ଘଟିଥିଲା।

ଗତକାଲି ରାତିରେ ଏକ ନକଲି ନମ୍ବର ଥିବା ପିକଅପ ଧରି ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଂଚାୟତର ମାଡାସପାଜୁ ଗ୍ରାମକୁ ଯାଇ ଚାରି ଜଣ ଚୋର ଛେଳି ଚୋରି କରିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରି ତୁମୁଡିବନ୍ଧ ଥାନାକୁ ଖବର ଦେଇଥିଲେ। ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଂଚି ନକଲି ନମ୍ବର ଥିବା ପିକଅପ ଜବତ କରିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ଗ୍ରାମର ତୁମୁ ନାୟକ (୨୪ ), ଏବଂ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କୁଟଡ଼ପାଟ ଗ୍ରାମର ରବି ନାୟକ (୨୬), ସୁଶୀଲ ନାୟକ (୩୦), ଓ ଖଲିଆମୁଣ୍ଡା ଗ୍ରାମର ଦୁଷ୍ମନ୍ତ ମାଝୀ (୨୧) ଙ୍କୁ ପୋଲିସ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି