Masthead

ସଚେତନତା ନାଁ ରେ ଚାଲିଛି ଟାର୍ଗେଟ ପୂରଣ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ସାରା ଦେଶର ଲୋକଙ୍କ ପାଇଁ ଲାଗୁ ହୋଇଛି ନିୟମ । କରୋନା ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ ପଡ଼ିନି । କମିଶନରେଟ୍ ପୋଲିସ ପକ୍ଷରୁ କଟକ-ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ସଚେତନତା କାର୍ଯ୍ୟକ୍ରମ । ଅମାନିଆଙ୍କ ବିରୋଧରେ କଠୋର ହୋଇଥିଲା ପୋଲିସ । ମାତ୍ର ସଚେତନତା କରାଇବା ନାଁ ରେ ପୋଲିସ ପୂରଣ କରୁଛି ଟାର୍ଗେଟ । ଯଦି ପୋଲିସ ସଚେତନତା କରାଇବା ଉଦ୍ଦେଶ୍ୟ ରଖି ନିରିହ ଜନସାଧାରଣଙ୍କ ଉପରେ ଜୁଲୁମ୍ କରିବ ତେବେ ଲୋକଙ୍କର ପୋଲିସ ପ୍ରତି ଥିବା ସମ୍ମାନ ଆଉ ରହିବ ନାହିଁ ବୋଲି ରାଜଧାନୀବାସୀ କହୁଛନ୍ତି ।

ସୂଚନା ମୁତାବକ ଗତ କିଛିଦିନ ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସର ଏକ ଟିମ୍ ଆସି ସବୁଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଛକରେ ଗାଡ଼ିକୁ ଲଗାଇ ଆଦାୟ କରିବାରେ ଲାଗୁଛି ଫାଇନ୍ । ମାତ୍ର ଏହାକୁ ଫାଇନ୍ କୁହାଯିବ ନାହିଁ, ଫାଇନ୍ ନାଁରେ ଆଦାୟ ହେଉଛି ବଟି । ଯଦି କେହି ଲୋକ କୌଣସି ଦୋକାନ ନିକଟକୁ ଯାଇ ସିଗାରେଟ , ଚା , ଗୁଟଖା ଖାଇବା ପାଇଁ ତାଙ୍କ ମାସ୍କକୁ ବାହାର କରନ୍ତି, ତେବେ ତାଙ୍କଠୁ ନିଆଯାଉଛି ଫାଇନ୍ । ଏମିତି କି ଅନ୍ୟପଟେ ବହୁ ସ୍ଥାନୀୟ ଯୁବକ ବିନା ମାସ୍କରେ ବୁଲୁଥିବାବେଳେ ପୋଲିସ ପିସିଆର ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ କରିବା ଦୂରର କଥା, ନଜର ବି ପକାଉନାହିଁ । କୌଣସି ବୃଦ୍ଧ ଲୋକ ଯଦି ମୁହଁରୁ ମାସ୍କ ବାହାର କରି ନିଜ ମୋବାଇଲରେ କଥା ହେଉଥାନ୍ତି, ତେବେ ତାଙ୍କୁ ଦୁର୍ବ୍ୟବହାର କରିବା ସହ କଟା ଯାଉଛି ଫାଇନ୍ । ସେହିପରି ହେଲମେଣ୍ଟ ପିନ୍ଧିବା ପରେ ଯଦି ମାସ୍କ ନ ପିନ୍ଧନ୍ତି ତେବେ କ’ଣ ଅପରାଧ ? କିଛି ପୋଲିସଙ୍କ ପାଇଁ ସାରା ପୋଲିସ ବିଭାଗ ହେଉଛି ବଦନାମ । ଖାଲି ଚନ୍ଦ୍ରଶେଖରପୁର ଅଞ୍ଚଳ ନୁହେଁ, ପ୍ରାୟ ଭୁବନେଶ୍ୱରର ସବୁ ଅଞ୍ଚଳରେ ଚାଲିଛି ପୋଲିସର ଦବଙ୍ଗଗିରି, ଯାହା ଏବେ ବେଶ୍ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ପୋଲିସ ଦାଦା ବଟି ବିରୁଦ୍ଧରେ ଆରମ୍ଭ କରିଛି ତାର ଅପରେସନ ‘ଦାଦା ବଟି କୁ ନା । ‘ ଅନ୍ୟପଟେ ପୋଲିସ ନେଉଛି ବଟି । ପୋଲିସର ଏଭଳି କାର୍ଯ୍ୟ ରାଜଧାନୀବାସୀଙ୍କ ଦେହରେ ଯାଉନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି