Masthead

ନାବାଳିକା ଉଦ୍ଧାର

କୋକସରା(ବଡ ଖବର ବ୍ୟୁରୋ): କୋକସରା ଥାନା ଖୁଣ୍ଟିଆ ପଞ୍ଚାୟତ ପିପଲପଡା ଗାଁର ଜଣେ ନାବାଳିକା ଅପହରଣ ପରେ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ପକ୍ଷରୁ କୋକସରା ଥାନାରେ ଏକ କେଶ ରୁଜୁ ହୋଇଥିଲା । କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ତଦନ୍ତ ଚାଲିଛି, ଅଳ୍ପ ଦିନ ଭିତରେ ଅଭିଯୁକ୍ତକୁ ଖୋଜି ବାହାର କରିବୁ ବୋଲି କହିଥିଲେ । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅପହୃତାଙ୍କୁ ଉଦ୍ଧାର କରିଛି । କୋକସରା ଥାନା ଏସଆଇ ପଙ୍କଜ ପ୍ରଧାନଙ୍କ ନେତୃତ୍ୱରେ କନେଷ୍ଟବଳ ହିମାଂଶୁ ସାହୁ, ଭାରତ ମାଝୀ, ଦଶମୀ ମାଝୀଙ୍କୁ ନେଇ ଗଠିତ ଏକ ଟିମ୍ ତାମିଲନାଡୁର କୁପୁଚିପାଲ୍ୟମ ଯାଇ ଅପହୃତା ନାବାଳିକାକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ପିପଲପଡା ର ଭାଗିରଥୀ ଧରୁଆ ଓ ଚାନ୍ଦାହାଣ୍ଡି ବାରାଗୁଡା କ୍ଷେତ୍ରୀ ମାଝୀଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । ପୀଡ଼ିତାଙ୍କୁ ଜବରଦସ୍ତି ଅପହରଣ କରି ଅଭିଯୁକ୍ତ ଭାଗିରଥୀ ମୋଟରସାଇକେଲ ଯୋଗେ ଗୋହିରାପଦର ନେଇ ଯାଇଥିଲା । ପରେ ରାଇପୁର ଏବଂ ତାମିଲନାଡୁ ତିରିପୁର କପୁଚିପାଲ୍ୟମର ଏକ ଭଡାଘରେ ରଖିଥିଲା । ନାବାଳିକାଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଛି ବୋଲି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ