Masthead

ରାସ୍ତାରେ ଗଡିବନି ୨୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ (ବଡ଼ ଖବର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୨୦୨୧-୨୨ରେ ପୁରୁଣା ଯାନବାହନକୁ ହଟାଇବା ପାଇଁ ‘ସ୍କ୍ରାପ୍ ପଲିସି’ର ଘୋଷଣା କରିଛନ୍ତି । ଏଣିକି ୨୦ ବର୍ଷ ପୁରୁଣା ଘରୋଇ ଗାଡ଼ିକୁ ହଟାଇ ଦିଆଯିବ । ସେହିପରି ୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ ଦିଆଯିବ । ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସରକାରଙ୍କ ନୂଆ ସ୍କ୍ରାପ୍‌ ନୀତି ଅନୁସାରେ ଏହା କାର୍ୟ୍ୟକାରୀ ହେବାକୁ ଯାଉଛି । ନୂଆ ନୀତି ଯୋଗୁ ୧୦ ହଜାର କୋଟି ଟଙ୍କାର ନିବେଶ ବୃଦ୍ଧି ପାଇବ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ସେହିପରି ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସ୍କ୍ରାପ୍‌ ନୀତି ଯୋଗୁ ଅଟୋ ସେକ୍ଟରର ଆକାର ୪.୫୦ ଲକ୍ଷ କୋଟିରୁ ୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ଏହାଦ୍ୱାରା ପ୍ରଦୂଷଣ ମାତ୍ରା ୨୫ରୁ ୩୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ନିର୍ମଳା ସୀତାରମଣ ତାଙ୍କ ଅଭିଭାଷଣରେ ଦେଶର ଭିତ୍ତିଭୂମି ବିକାଶରେ ୫.୫୪ ଟ୍ରିଲିୟନ ଟଙ୍କା ପୁଞ୍ଜି ବିନିଯୋଗ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ