Masthead

ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ । ମୃତ ଗୃହିଣୀଙ୍କୁ ମିଳିବ ୩୦,୦୦୦ ଟଙ୍କା । ଦୁର୍ଘଟଣାରେ କୌଣସି ଗୃହିଣୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମାସିକ ୩୦,୦୦୦ଟଙ୍କା କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ତାଙ୍କ ରୋଜଗାର ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ କିନ୍ତୁ ଗୃହିଣୀଙ୍କର କୌଣସି ନିର୍ଦ୍ଧିଷ୍ଟ ରୋଜଗାର ନ ଥିଲେ ବି ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ବାବଦରେ କ୍ଷତି ପୂରଣ ସ୍ଥିର କଲା ବେଳେ ପରିବାର ପ୍ରତି ତାଙ୍କ ଅବଦାନ ଆକଳନ କରିବା ଆବଶ୍ୟକ ।

ଗୃହିଣୀଙ୍କର ଅବଦାନ କେବଳ ପରିବାର ମଧ୍ୟରେ ସିମୀତ ନୁହେଁ , ରାଷ୍ଟ୍ର ଗଠନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଗୃହିଣୀକୁ କେବଳ ହୋମ୍ ମେକର ନୁହେଁ ନେସନ୍ ବିଲ୍ଡର କୁହାଯିବା ଉଚିତ୍ । ଗୃହିଣୀଙ୍କର ଘର କାମ ଏବଂ ଯତ୍ନ ନେବା ଭଳି ସେବାର ଆର୍ଥିକ ମୂଲ୍ୟ ରହିଛି, ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟର ବିଚାରପତି ଏହା ମଧ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାତା ଭାବେ ଉଚିତ ସମ୍ମାନ ଓ ପରିଚୟ ମିଳିବା ଆବଶ୍ୟକ । ପିଲାମାନଙ୍କ ପାଳନ ପୋଷଣ ଓ ସଂସାର ଚଳାଇବା ଦ୍ୱାରା ଦେଶର ବିକାଶ ହୁଏ ।

ମାମଲାଟି ପଞ୍ଜାବର ଏକ ସଡକ ଦୁର୍ଘଟଣାର ରାୟ ସମୟରେ ମୁଖ୍ୟ ବିଚାରପତି ଏହି ନିଷ୍ପତ୍ତି ନେଇଥିଲେ । ୨୦୦୧ ମସିହାରେ ରେଶମା ନାମକ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ସ୍ୱାମୀ ଏବଂ ତିନି ପିଲା କ୍ଷତିପୂରଣ ପାଇଁ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାଟି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ଅଦାଲତରେ ପଡି ରହିଥିଲା । ମାମଲା ଏତେ ଦିନ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ