Masthead

ଭାରତୀୟ ହାଇକମିସନରଙ୍କ ଅଫିସ ଉପରେ ଉଡ଼ିଲା ଡ୍ରୋନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଥମେ ସୀମା ଏବେ ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଏଭଳି କାର୍ଯ୍ୟର ତୀବ୍ର ନିନ୍ଦା କରିଛି ଭାରତ । ଅନ୍ୟପଟେ ଜାମ୍ମୁରେ ତୃତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଛି । ଅରନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଦେଖିବାକୁ ମିଳିଛି ଡ୍ରୋନ୍ । ଡ୍ରୋନ୍ ଦେଖିବା ପରେ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ପରେ ଡ୍ରୋନ ଗାଏବ ହୋଇଯାଇଥିଲା । ୩୦ ତାରିଖରେ ଜାମ୍ମୁରେ ଦ୍ୱିତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଥିଲା । ବାୟୁସେନା ଏୟାରବେସରେ ୩ଟି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା ।

ଡ୍ରୋନରୁ ହୋଇଥିଲା ଆକ୍ରମଣ। ମାତ୍ର ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ଗୋଟିଏ କୋଠାର କ୍ଷତି ହୋଇଛି । ଅନ୍ୟ ଡ୍ରୋନରୁ ହୋଇଥିବା ବୋମାମାଡ଼ ମଧ ବିଫଳ ହୋଇଛି । ଡ୍ରୋନରୁ ବୋମା ଖୋଲା ପଡିଆରେ ପଡିଥିଲା । କିଛିଦିନ ଜାମ୍ମୁ ଅଞ୍ଚଳରେ ପ୍ରାୟ ୮ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି । ସେପଟେ ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀମାନେ ରାଜପୋରାର ହାଞ୍ଜିନି ଗାଁକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା