Masthead

ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ

(ବଡ଼ ଖବର ବ୍ୟୁରୋ):  ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି । ଗୋଟିଏ ବ୍ୟାଗ ମଧ୍ୟରେ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଏହି ବ୍ୟାଗକୁ ସିଆଇଏସଏଫ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଲାଲା କିଲା ମେଟ୍ରୋ ଷ୍ଟେସନରୁ ଅକ୍ଟୋବର ୨୩ରେ ଏହି ଟଙ୍କା ଜବତ ହୋଇଛି । ମିଳିଥିବା ଟଙ୍କା ସହ ଜଣେ ରାଜୁ ରଞ୍ଜନ ନାମକ ଲୋକକୁ ଅଟକ ରଖା ଯାଇଛି । ତେବେ ରାଜୁ ଗୋଟିଏ ପ୍ଲାଷ୍ଟିକ କମ୍ପାନୀରେ କାମ କରନ୍ତି। ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକ ରଖିବା ପରେ ସେ ମେଟ୍ରୋ ଷ୍ଟେସନକୁ ତାଙ୍କର କିଛି ସହଯୋଗୀଙ୍କୁ ମଧ୍ୟ ଡାକିଥିଲେ ।

 

ତେବେ ରାଜୁ କୌଣସି ପ୍ରକାରର ଉପଯୁକ୍ତ ଦସ୍ତାବିଜ ସୁରକ୍ଷାକର୍ମୀଙ୍କୁ ଦେଖାଇ ନପାରିବାରୁ ଆୟକର ବିଭାଗକୁ ଏ ସର୍ମ୍ପକରେ ଖବର ଦିଆଯାଇଥିଲା । ତେବେ ଆୟକର ବିଭାଗ ରାଜୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ପ୍ଲାଷ୍ଟିକ କମ୍ପାନୀର ମାଲିକ ଅଶୋକ ବନସଲଙ୍କୁ ଡାକିଥିଲେ । ଅଶୋକଙ୍କ ଘର ହେଉଛି ଚଣ୍ଡିଗଡ଼ରେ । ସେ ମଧ୍ୟ ଏତେ ପରିମାଣର ନଗଦ ଟଙ୍କା କେଉଁଠିକୁ ଓ କାହିଁକି କର୍ମଚାରୀଙ୍କ ଦ୍ୱାରା ଟ୍ରାନ୍ସପୋର୍ଟ କରୁଥିଲେ , ତାର କିଛି ଉତ୍ତର ଦେଇ ପାରି ନଥିଲେ । ଫଳରେ ଆୟକର ବିଭାଗ ଟଙ୍କା ଗୁଡିକୁ ଜବତ କରିଛି । ଏ ନେଇ ଅଧିକ ତଦନ୍ତ ମଧ୍ୟ କରୁଛି ଆୟକର ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ