ଜମିବାଡ଼ିକୁ କେନ୍ଦ୍ର କରି ମୃତଦେହକୁ ଛୁଇଁଲେନି ପରିବାର ଲୋକେ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲା ସାହାରପଡ଼ା ପଞ୍ଚାୟତ ଆହାରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସ୍ୱର୍ଗତ ଚତୁର୍ଭୁଜ ମହାନ୍ତଙ୍କ ସ୍ତ୍ରୀ ଦମୟନ୍ତୀ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା। ପାରିବାରିକ ବିବାଦରୁ ଘର ଆଗରେ ମୃତଦେହ ପଡ଼ିରହିଥିଲେ ମଧ୍ୟ ପରିବାର ଲୋକେ ହାତ ମାରି ନଥିଲେ। ଭରସା ପରିବାର ସହାୟତାରେ ଦମୟନ୍ତୀଙ୍କ ହୋଇଥିଲା ଶେଷକୃତ୍ୟ । ସୂଚନା ଅନୁସାରେ ଦେଓ ଜଳ ସେଚନ ପ୍ରକଳ୍ପ ପାଇଁ ଜମି ଯାଇଥିବା ଟଙ୍କା ପାଇବା ପରେ ଦମୟନ୍ତୀଙ୍କୁ ଟଙ୍କା ଭାଗ ଦେଇନଥିଲେ।

ସେହି ଜମିବାଡ଼ି ଗଣ୍ଡଗୋଳକୁ ନେଇ କେହି ଆସି ନଥିବା ସୂଚନା ମିଳିଛି । ଯାହା ଫଳରେ ଦୀର୍ଘ ୧୪ ଘଣ୍ଟା ଧରି ମୃତଦେହ ଘର ଆଗରେ ପଡ଼ି ରହିଥିଲା। ଭରସା ପରିବାର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଜଣାଇବା ପରେ ଭରସା ପରିବାର ସାହାରପଡ଼ା ବ୍ଲକ୍ ସଭାପତି ଓମପ୍ରକାଶ ମହାନ୍ତ,ଉପ ସଭାପତି ମନୋଜ ମହାନ୍ତଙ୍କସମେତ ସଦସ୍ୟମାନେ ଦମୟନ୍ତୀଙ୍କଗାଁ ଜମିରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନକରିଥିଲେ। ଅନ୍ୟପକ୍ଷେ ୩ ବର୍ଷ ପୂର୍ବରୁଦମୟନ୍ତୀଙ୍କ ସ୍ବାମୀ ଚତୁର୍ଭୁଜଙ୍କ ଦେହାନ୍ତହୋଇଥିବା ବେଳେ ଦମୟନ୍ତୀଙ୍କଦେହାନ୍ତ ପରେ ୨ ନାବାଳିକା ବେସାହାରା ହୋଇପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ