Masthead

ବିପଦସଙ୍କୁଳ ଅବସ୍ଥାରେ ଥିବା ରାଜପ୍ରାସାଦର ପୁନରୁଦ୍ଧାର ପାଇଁ ଆନ୍ଦୋଳନ

ବାରିପଦା(ବଡ଼ ଖବର ବ୍ୟୁରୋ): ବିପଦସଙ୍କୁଳ ଅବସ୍ଥାରେ ଥିବା ମୟୂରଭଞ୍ଜ ରାଜପ୍ରାସାଦର ପୁନରୁଦ୍ଧାର ପାଇଁ ଭଂଜସେନା ର ଆନ୍ଦୋଳନ ।ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ରାଜପ୍ରାସାଦ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଠାରେ ଦୀର୍ଘ ବର୍ଷ ହେଲା ଏମ ପି ସି ଜୁନିଅର କଲେଜ ର ପାଠ ପଢା ଚାଲିଥିବା ବେଳେ,ଛାତ୍ର ଛାତ୍ରୀ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି।

ଦୀର୍ଘ ବର୍ଷ ହେଲା ମରାମତି ଅଭାବ ରୁ ରାଜା ରାଜୁଡ଼ା ଅମଳର ସେଇ କୋଠା ଏବେ ଭାଙ୍ଗି ଯିବାକୁ ବସିଲାଣି।ଏହି ରାଜ ପ୍ରସାଦ ର ପୁନରୁଦ୍ଧାର ପାଇଁ ଭାଞ୍ଜସେନା ପୂର୍ବରୁ ବହୁବାର ଦାବି କରିଥିଲେ ମଧ୍ୟ ସରକାରୀ ବାବୁ ମାନେ କର୍ଣ୍ଣପାତ କରିନାହାନ୍ତି । ତେବେ ଏହା ମୟୂରଭଞ୍ଜ ଜିଲ୍ଲାର ହେରିଟେଜ୍ ବିଲ୍ଡିଂ ହେଇଥିବାରୁ ଏହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଦାବିରେ ଆଜି ଭଂଜସେନା PWD କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ। ତେବେ ସମ୍ପୂର୍ଣ୍ଣ ରାଜପ୍ରାସାଦର ପୁନରୁଦ୍ଧାର କରା ନ ଗଲେ ଭଞ୍ଜସେନା ଏହି ଆନ୍ଦୋଳନକୁ ଆଗକୁ ବ୍ୟାପକ ରଖିବ ବୋଲି କହିଛନ୍ତି ଭଞ୍ଜସେନା ର ସଭାପତି ପିଣ୍ଟୁ ମାଇତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର