Masthead

ଅଧ୍ୟାପିକା ହୋଇ ସାଜିଥିଲେ ଛାତ୍ରୀ

ବାରିପଦା(ବଡ଼ ଖବର ବ୍ୟୁରୋ): ନିଜେ ଅଧ୍ୟାପିକା ନିଜେ ଛାତ୍ରୀ । ନିଜେ ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ । ହେଲେ ଶେଷରେ ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି । ଆଉ ଏବେ ଗିରଫ ହୋଇ ଜେଲର ଚାରିକାନ୍ଥ ଭିତରେ ଅଧ୍ୟାପିକା ।

ସେହି ଅଧ୍ୟାପିକା ଜଣକ ହେଲେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ । ଅଧ୍ୟାପିକା ଜଣକ ଓଡିଆ ବିଭାଗର ଅଧ୍ୟାପିକା । ଗତ ଜୁଲାଇ ୨୭ ତାରିଖରେ କଲେଜର ଜୁଲୋଜି ବିଭାଗରେ ୪ର୍ଥ ସେମିଷ୍ଟାର ଚାଲିଥିବା ବେଳେ ଅଧ୍ୟାପିକା ତୁଳିକା ଆଶ ପରୀକ୍ଷା ଦେବାକୁ ଆସି ନଥିବା ଜଣେ ଛାତ୍ରୀଙ୍କ ଖାତାରେ ନିଜେ ଉତ୍ତର ଲେଖିବା

ସହିତ ସେହି ଖାତାରେ ମିଛ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମଧ୍ୟ ମାରିଛନ୍ତି । ଯାହାକୁ ଆଧାର କରି କଲେଜ ପ୍ରିନ୍ସିପାଲ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ସେ ପ୍ରିନ୍ସିପାଲଙ୍କୁ ଗାଳିଗୁଲଜ ମଧ୍ୟ କରିଛନ୍ତି । ପରେ ଏନେଇ ଉଦଳା ଥାନାରେ କଲେଜ ପ୍ରିନ୍ସିପାଲ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ କରି ପୋଲିସ୍ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ