Masthead

ମେହୁଲ ଚୋକସିଙ୍କୁ ଆଣିବାକୁ ଡୋମିନିକାରେ ଭାରତର ୮ ଜଣିଆ ଟିମ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଫେରିବ ମେହୁଲ ଚୋକସି । ଡୋମିନିକାରେ ଗିରଫ ପରେ ଏବେ ତାଙ୍କୁ ଭାରତ ଆଣିବାକୁ ଡୋମିନିକାରେ ଡେରା ପକାଇଛି ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ଜଣିଆ ଟିମ । ବୁଧବାର ଡୋମିନିକା କୋର୍ଟରେ ଶୁଣାଣି ସମୟରେ କୋର୍ଟରେ ଚୋକସିର ଅର୍ଥନୈତିକ ଅପରାଧର ଦସ୍ତାବିଜ ଦାଖଲ ସହିତ ଡୋମିନିକାର ସରକାରୀ ଓକିଲଙ୍କୁ ସାହାଯ୍ୟ କରିବ ଭାରତୀୟ ପ୍ରତିନିଧି ଦଳ । କେବଳ ସେତିକି ନୁହେଁ ମେହୁଲ ଚୋକସି ଭାରତୀୟ ନାଗରିକ ବୋଲି ପ୍ରମାଣ ପତ୍ର ଦେଇ ତାକୁ ଭାରତ ଫେରିବାକୁ କୋର୍ଟରେ ଆବେଦନ କରିବ ଏହି ୮ଜଣିଆ ଦଳ ।

ତେବେ ୨୦୧୭ରୁ ଚୋକସି ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ୨୦୧୮ରୁ ସେଠାରେ ରହି ଆସୁଥିଲା । ଆଣ୍ଟିଗୁଆରୁ କ୍ୟୁବାକୁ ଫେରାର ହେଉଥିବା ସମୟରେ ଡୋମିନିକାରେ ଧରା ପଡ଼ିଛି ଚୋକସି । ତେବେ ସେ ଡୋମିନିକାର ସଦସ୍ୟ ନହୋଇଥିବା କାରଣରୁ ସେଠାକାର ମୌଳିକ ଅଧିକାର ନେଇ କୌଣସି ଦାବି କରିପାରିବନି ଏବଂ ତାର ଭାରତ ଆସିବା ଏକ ପ୍ରକାର ସହଜ ହୋଇଯିବା ନେଇ ଅନୁମାନ କରାଯାଉଛି ।

ସେହିଭଳି ଡୋମିନିକା କୋର୍ଟ ଚୋକସିକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଲେ ଏହି ଟିମ ଚୋକସି କୁ କତାର ଭାୟା ଦେଇ ଭାରତ ଆଣିବ । ଦିଲ୍ଲୀ ପହଞ୍ଚିବା ମାତ୍ରେ ଏୟାରପୋର୍ଟରେ ହିଁ ତାକୁ ଗିରଫ କରାଯିବ । ମିଶନ ଚୋକସି ଟିମରେ ଡୋମିନିକା ଯାଇଛନ୍ତି ସିବିଆଇର ବ୍ୟାଙ୍କିଙ୍ଗ ଫ୍ରଡ ବିଭାଗର ମୁଖ୍ୟ ଶାରଦା ରାଉତ । ତାଙ୍କ ନେତୃତ୍ୱରେ ଯାଇଛନ୍ତି ସିବିଆଇର ୨ଜଣ ଅଧିକାରୀ, ପ୍ରବର୍ତନ ନିର୍ଦ୍ଦେଶାଳୟର ୨ ଜଣ ଏବଂ ସିଆରପିଏଫର ୨ ଜଣ ଅଧିକାରୀ । ମେ ୨୬ ତାରିଖରେ ଚୌକସି ଧରା ପଡିବା ପରେ ଭାରତର ଏହି ଟିମ୍ ମେ ୨୮ ତାରିଖରେ ଛୋଟ ଦ୍ୱୀପ ଡୋମିନିକାରେ ପହଂଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି