Masthead

ଆପ କହିବ ଅମ୍ଳଜାନ କେଉଁଠି

ରାଉରକେଲା(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ କରୋନା ମହାମାରୀ ସହ ସାରା ଦେଶ ଲଢ଼ୁଥିବା ସମୟରେ ରୋଗୀମାନେ ଠିକ ଭାବେ ନିଜର ଚିକିତ୍ସା ପାଇଁ ବେଡ଼, ଅକ୍ସିଜେନ ବା ପ୍ଲାଜମା ଉପଲବ୍ଧ ଅଛି ନା ନାହିଁ ସେ ସମ୍ପର୍କରେ ଅବଗତ ରହି ପାରୁ ନାହାଁନ୍ତି। ତେବେ ଏଣିକି ଆପ ଜରିଆର ଜାଣିହେବ କରୋନା ରୋଗୀଙ୍କ ସ୍ଥିତି । ଦେଶର କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ଆପ ଦ୍ୱାରା ଏହାର ତଥ୍ୟ ମିଳିପାରିବ । ଖାଲି ସେତିକି ନୁହେଁ ପ୍ଲାଜମା, ଡାକ୍ତର, ଅକ୍ସିଜେନ ମଧ୍ୟ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଧ୍ୟ ମିଳିଯିବ । ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ର ଛାତ୍ରୀ ଏମିତି ଏକ ଆପ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଆପରେ ମିଳିବ କୋଭିଡ ତଥ୍ୟ । ଜଣା ପଡିବ ରୋଗୀ ଓ ବେଡର ସ୍ଥିତି । ଦେଶ ଓ ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କରୋନା । ହେଲେ ଅନେକ ହସପିଟାଲ, ଅକ୍ସିଜେନ, ପ୍ଲାଜମା, ଚିକିତ୍ସା ବାବଦରେ ଅବଗତ ନଥିବାରୁ ରୋଗୀ ଗୁରୁତର ହେଉଛନ୍ତି ।

ଏପରି ସ୍ଥିତିରେ ଲୋକଙ୍କ ସୁବିଧା ପାଇଁ ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ରଛାତ୍ରୀ ତିଆରି କରିଛନ୍ତି ଏକ ଆପ୍ ।ଯେଉଁଥିରେ କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ପ୍ଲାଜମା, ଡାକ୍ତର, ଅକ୍ସିଜେନ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଳିପାରିବ । କରୋନା ରୋଗୀଙ୍କୁ ସେବା ଯୋଗାଉଥିବା ସଂସ୍ଥା, ହସ୍ପିଟାଲ ଓ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର ତଥ୍ୟ ଦେବା ଉଦ୍ଦେଶ୍ୟରେ ଏହି ଆପ୍ ନିର୍ମାଣ କରିଥିବା କହିଛନ୍ତି ଛାତ୍ରଛାତ୍ରୀ। ଭକ୍ସରବଗ୍ଧଷସଦ୍ଭ.ଶକ୍ଷସୟରବକ୍ଟ୍ରକ୍ଟ୍ର.ସକ୍ଟ ଏହି ଆପ୍ ଦ୍ୱାରା ରୋଗୀଙ୍କୁ ଉପଯୁକ୍ତ ସମୟରେ ଠିକ ଚିକିତ୍ସା ମିଳିପାରିବ ଓ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି