Masthead

ଆପ କହିବ ଅମ୍ଳଜାନ କେଉଁଠି

ରାଉରକେଲା(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ କରୋନା ମହାମାରୀ ସହ ସାରା ଦେଶ ଲଢ଼ୁଥିବା ସମୟରେ ରୋଗୀମାନେ ଠିକ ଭାବେ ନିଜର ଚିକିତ୍ସା ପାଇଁ ବେଡ଼, ଅକ୍ସିଜେନ ବା ପ୍ଲାଜମା ଉପଲବ୍ଧ ଅଛି ନା ନାହିଁ ସେ ସମ୍ପର୍କରେ ଅବଗତ ରହି ପାରୁ ନାହାଁନ୍ତି। ତେବେ ଏଣିକି ଆପ ଜରିଆର ଜାଣିହେବ କରୋନା ରୋଗୀଙ୍କ ସ୍ଥିତି । ଦେଶର କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ଆପ ଦ୍ୱାରା ଏହାର ତଥ୍ୟ ମିଳିପାରିବ । ଖାଲି ସେତିକି ନୁହେଁ ପ୍ଲାଜମା, ଡାକ୍ତର, ଅକ୍ସିଜେନ ମଧ୍ୟ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଧ୍ୟ ମିଳିଯିବ । ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ର ଛାତ୍ରୀ ଏମିତି ଏକ ଆପ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଆପରେ ମିଳିବ କୋଭିଡ ତଥ୍ୟ । ଜଣା ପଡିବ ରୋଗୀ ଓ ବେଡର ସ୍ଥିତି । ଦେଶ ଓ ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କରୋନା । ହେଲେ ଅନେକ ହସପିଟାଲ, ଅକ୍ସିଜେନ, ପ୍ଲାଜମା, ଚିକିତ୍ସା ବାବଦରେ ଅବଗତ ନଥିବାରୁ ରୋଗୀ ଗୁରୁତର ହେଉଛନ୍ତି ।

ଏପରି ସ୍ଥିତିରେ ଲୋକଙ୍କ ସୁବିଧା ପାଇଁ ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ରଛାତ୍ରୀ ତିଆରି କରିଛନ୍ତି ଏକ ଆପ୍ ।ଯେଉଁଥିରେ କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ପ୍ଲାଜମା, ଡାକ୍ତର, ଅକ୍ସିଜେନ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଳିପାରିବ । କରୋନା ରୋଗୀଙ୍କୁ ସେବା ଯୋଗାଉଥିବା ସଂସ୍ଥା, ହସ୍ପିଟାଲ ଓ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର ତଥ୍ୟ ଦେବା ଉଦ୍ଦେଶ୍ୟରେ ଏହି ଆପ୍ ନିର୍ମାଣ କରିଥିବା କହିଛନ୍ତି ଛାତ୍ରଛାତ୍ରୀ। ଭକ୍ସରବଗ୍ଧଷସଦ୍ଭ.ଶକ୍ଷସୟରବକ୍ଟ୍ରକ୍ଟ୍ର.ସକ୍ଟ ଏହି ଆପ୍ ଦ୍ୱାରା ରୋଗୀଙ୍କୁ ଉପଯୁକ୍ତ ସମୟରେ ଠିକ ଚିକିତ୍ସା ମିଳିପାରିବ ଓ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ