Masthead

ସୀମା ଟପିଲା ରେଳବାଇ ପୋଲିସର ଦାଦାଗିରି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପରେ ସୀମା ଟପିଲା ରେଳବାଇ ପୋଲିସର ଦାଦାଗିରି । ଏଯାଏଁ ଯାଂଚ ହେଉନି ଗୋଟିଏ ବଗି । ବଗିରେ ମୃତ ଶରୀର ଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଭିଜୁଆଲ ନେବାକୁ ଯିବାରୁ ‘ବଡ଼ ଖବର’ ପ୍ରତିନିଧିଙ୍କୁ ଆକ୍ରମଣ । ଦୁର୍ଘଟଣାର ସପ୍ତାହେ ପରେ ବି କଣ ଲୁଚାଇବାକୁ ଚାହୁଁଛି ବିଭାଗ? ଉପରିସ୍ଥ କେଉଁ ଅଧିକାରୀ ସେ ବଗି ଲୁଚାଇବାକୁ ଦେଇଛନ୍ତି ନିର୍ଦ୍ଦେଶ ?

ସେ ବଗିରୁ ଦୁର୍ଗନ୍ଧ ବାହାରି ବ୍ୟାପୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି । ବଗି ଯାଂଚ ନ ହେବାକୁ ନେଇ ଅନେକ ଲୋକ ଉଠାଇଛନ୍ତି ଆପତି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ସେହି ବଗି ଭିତରେ କେହି ଫସି ରହିଥିବା ସନ୍ଦେହ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଉଦ୍ଧାର ଶେଷ ପରେ ବଗିରୁ ବାହାରିଥିଲା ୧୩ ମୃତଦେହ । ୪୮ ଘଂଟା ପରେ ଜଣେ ଜୀବନ୍ତ ଉଦ୍ଧାର ହୋଇଥିଲେ । ତାହା ସତ୍ୱେ ଆଉଗୋଟେ ବଗିକୁ କରାଯାଉନି ଯାଂଚ । ସେ ବଗି ନିକଟକୁ କାହାରିକୁ ଛଡାଯାଉନି କାହା ସାହସରେ ରେଳ ପୋଲିସ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧକ୍କା ମାରୁଛନ୍ତି ।

ନିଜ ଦୋଷ ଲୁଚାଇବାକୁ ରେଳ ବିଭାଗ ଏଭଳି କରୁଛି କି ? ରେଳ ପୋଲିସ ଦାଦାଗିରି କରିବାକୁ କିଏ ଦେଇଛି ଅର୍ଡର ? କେଉଁ ସତ ଲୁଚାଇବାକୁ ‘ବଡ଼ ଖବର’କୁ ଅଟକାଉଛି ରେଳ ପୋଲିସ? ଏତେ ଲୋକଙ୍କ ଜୀବନ ଯିବା ପରେ ବି ଚେତୁନାହାନ୍ତି ରେଳ କର୍ମଚାରୀ । ଏଭଳି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ