ଧାର୍ମିକ ସ୍ଥଳରେ ଦଳାଚକଟା ୪୦ରୁ ଅଧିକ ମୃତ

ଇସ୍ରାଇଲ(ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାତିରେ ଇସ୍ରାଇଲର ଏକ ଧାର୍ମିକ ସ୍ଥଳରେ ଦଳାଚକଟାରେ ଚାଲିଯାଇଛି ୪୪ଜଣଙ୍କ ଜୀବନ । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଯାହାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିରାଟ ବିପର୍ଯ୍ୟୟ କହିଛନ୍ତି । ଏହି ଘଟଣା ରାବବି ସିମନ ବାର ୟେଚୋଇଙ୍କ ସମାଧୀ ମାଉଣ୍ଟ ମେରୋନ ପାଖରେ ଘଟିଥିବା ସୂଚନା ମିଳିଛି । ଏଠାରେ ହଜାର ହଜାର ଉଗ୍ରରକ୍ଷଣଶୀଳ ଇହୁଦୀଙ୍କ ଏକ ସମାବେଶ ହୋଇଥିଲା । ବାର୍ଷିକ ଲାଗବିଓମେର ପାଳନ ନିମନ୍ତେ ଏହି ସମାଗମ ହୋଇଥିଲା । ଯେଉଁଥିରେ ସାରା ରାତି ପ୍ରାର୍ଥନା ଓ ନୃତ୍ୟ ଚାଲିଥାଏ ।

ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ବିପଦ ସୂଚନା ଜାରି କରିବା ସତ୍ତେ୍ୱ ମଧ୍ୟ ଲୋକମାନେ ସେଠାରେ ଗହଳି କରିଥିଲେ । ସ୍ଥାନ ଛାଡ଼ି ଯିବାକୁ ଲୋକଙ୍କୁ ପ୍ରଚାର ମାଧ୍ୟମରେ କହିବା ପରେ ଲୋକମାନେ ଏଣେ ତେଣେ ଯିବାକୁ ଲାଗିଲେ । ଅଧିକ ଭିଡ଼ ଥିବା କାରଣରୁ ଦଳାଚକଟା ଆରମ୍ଭ ହୋଇଥିଲା । ତେବେ ଘଟଣା ପରେ ଇସ୍ରାଇଲ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଫଟୋରେ ଲୋକମାନଙ୍କ ଶବକୁ ପ୍ଲାଷ୍ଟିକରେ ଗୁଡ଼ାଇଥିବା ଦେଖିବାକୁ ମିଳିଛି । ୨୦୨୦ରେ କରୋନା ମହାମାରୀ ପାଇଁ ଏହି ପର୍ବ ବନ୍ଦ ଥିଲା ଯେଉଁ କାରଣରୁ ଚଳିତ ବର୍ଷ ଅତ୍ୟଧିକ ଲୋକଙ୍କ ସମାଗମ ହୋଇଥିଲା । ରିପୋର୍ଟ ଅନୁସାରେ ୩୦ହଜାର ଲୋକଙ୍କ ସମାଗମ ହୋଇଥିଲା ମାଉଣ୍ଟ ମେରୋନକୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ