ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଦାରନାଥରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଏଥିରେ ଜଣେ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ହେଲିକପ୍ଟର ପଙ୍ଖା ସଂସ୍ପର୍ଷରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଜିତେନ୍ଦ୍ର କୁମାର ସାଇନି । ହେଲିକପ୍ଟରର ବ୍ଲେଡ୍ରେ ମାଡ଼ ହେବା ପରେ ତଳେ ପଡ଼ି ପ୍ରାଣ ହରାଇଛନ୍ତି।
ଜିତେନ୍ଦ୍ର ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଅର୍ଥିକ ନିୟନ୍ତ୍ରକ ବୋଲି ଜଣାପଡ଼ିଛି। ସେ ସେଲ୍ଫି ନେଉଥିବା ବେଳେ ଚଳନ୍ତା ହେଲିକପ୍ଟର ଟେଲ ରୋଟର୍ ବ୍ଲେଡ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବ୍ଲେଡ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।