Masthead

ସମ୍ବଲପୁରରେ ଆକ୍ସନ,  ସାରା ରାଜ୍ୟରେ ରିଆକ୍ସନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ପୋଲିସ-ବିରୋଧୀ ଦଳ ନେତା ହାତାହାତି । ମହିଳା ପୋଲିସକୁ ଧକା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ଜୟନାରାୟଣଙ୍କୁ ମଧ୍ୟ ପାଲଟା ମୁଥ ମାରିଛନ୍ତି ମହିଳା ଆଇଆଇସି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରୁଛି । ସମ୍ବଲପୁର ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ବେଳେ ଦେଖା ଦେଇଥିଲା ଏଭଳି ପରିସ୍ଥିତି । ଧସ୍ତାଧସ୍ତି ପରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜୟନାରାୟଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆନ୍ଦୋଳନରେ ସାଧାରଣ ଠେଲାପେଲା ହୁଏ ।

କିନ୍ତୁ ଧନୁପାଲି ଆଇଆଇସି ମୋତେ ଆଗେ ଧକା ମାରିଛନ୍ତି । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକା ମାରୁଛନ୍ତି । ଧନୁପାଲି ଥାନା ଆଇଆଇସି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯୁକ୍ତିତର୍କ ବେଳେ ଜୟନାରାୟଣ ମିଶ୍ର ମୋ ଗାଲକୁ ଥାପଡ ମାରିଥିଲେ ।ମୁଁ ନିଜର ରକ୍ଷା କରିବା ପାଇଁ ଚେଷ୍ଟା କରିଛି । ମୁଁ ତାଙ୍କ ଉପରକୁ ହାତ ଉଠାଇନି । ସେ ରାଜନୀତି କରନ୍ତି, ଆରୋପ କରିବା ସ୍ୱଭାବିକ କଥା ।

ସେପଟେ ଜୟନାରାୟଣ ଓ ପୋଲିସ ହାତାହାତି ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସିଛି ବିଜେଡି । ମୁଖପାତ୍ର ଶ୍ରୀମୟି ମିଶ୍ର କହିଛନ୍ତି ଜୟନାରାୟଣ ମିଶ୍ର ହେଉଛନ୍ତି ଅଭ୍ୟାସ ଗତ ଅପରାଧୀ ତାଙ୍କ ନାମରେ ହତ୍ୟା ଅଭିଯୋଗ ସହ ଅନେକ ଥାନାରେ ୧୬ଟି ମାମଲା ରହିଛି । ଜେଲରେ ଥିଲେ ଏବେ ଜାମିନରେ ଅଛନ୍ତି ବିରୋଧୀ ଦଳ ନେତା । ଅନ୍ୟକୁ ଧମକ ଦେବା ତାତ୍ସଲ୍ୟ କରିବା ତାଙ୍କର ଅଭ୍ୟାସ । ଏସବୁ ଓଡିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ । କ୍ଷମା ପ୍ରାଥନା କରନ୍ତୁ ଜୟନାରାୟଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି