Masthead

ଆଫଗାନିସ୍ତାନ ଲ’ମେକର ଭାରତରେ

(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନକୁ ତା’ ଭାଷାରେ ଜବାବ ଦିଆଯିବ । ଏକଥା କହିଛନ୍ତି ଆମେରିକା ପରରାଷ୍ଟ୍ର ସଚିବ । ଆମେରିକାର ଏଭଳି ଆଭିମୁଖ୍ୟ ଆଫଗାନିସ୍ତାନରେ ଯୁଦ୍ଧର ଆତଙ୍କ ସୃଷ୍ଟି ହୋଇଛି । ଯେକୌଣସି ମୁହୂର୍ତ୍ତରେ ଆମେରିକା ଆକାଶମାର୍ଗରୁ ତାଲିବାନଙ୍କ ଉପରେ ଆକ୍ରମଣ କରିପାରେ । ଆମେରିକାର ପେଣ୍ଟାଗାନରେ ଅନୁଷ୍ଠିତ ଜରୁରୀ ବୈଠକରୁ ଏହି ସୂଚନା ମିଳିଛି । ତେଣେ ଆଫଗାନିସ୍ତାର ରାଜଧାନୀ କାବୁଲକୁ ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଅଧିକାର କରିନେଇଛନ୍ତି । ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିନେଇଛି ।

କାବୁଲରେ ତାଲିବାନମାନେ ନାଇଟ କର୍ଫ୍ୟୁ ଜାରି କରିବା ସହ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଦେଇଛନ୍ତି । ତେବେ ତାଲିବାନଙ୍କ ଆକ୍ରମଣରେ ୪୦ରୁ ଅଧିକ ନାଗରିକ ଆହତ ହୋଇଛନ୍ତି । କିଛି ଆଫଗାନିସ୍ତାନ ନେତା ଇସଲାମାବାଦରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭବନ ତାଲିବାନ ଆତଙ୍କବାଦୀ କବଜା କରିବା ପୂର୍ବରୁ ରାଷ୍ଟ୍ରପତି ଆସରଫ୍ ଘନି ଦେଶଛାଡି ଚାଲିଯାଇଛନ୍ତି। ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ଟେକି ଦେଇ ରାଷ୍ଟ୍ରପତି ତାଜିକସ୍ଥାନରେ ଆଶ୍ରୟ ନେଇଥିବାରୁ ସାଧାରଣ ନାଗରିକମାନେ ପ୍ରମାଦ ଗଣୁଛନ୍ତି । ଆଫଗାନିସ୍ତାନର ୧୫ରୁ ଅଧିଳ ସାଂସଦ ନୂଆ ଦିଲ୍ଲୀରେ ପହଞ୍ଚଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ କାର୍ଜାଇଙ୍କ ସମ୍ପର୍କୀୟ ତଥା ବଘରାନ୍ ସାଂସଦ ସୁକୁରିଆ ଏସାକ୍ ଅଲ୍ଲୀ । ପାକିସ୍ତାନ ବ୍ୟତୀତ ଅଫଗାନିସ୍ତାନ ସୀମାକୁ ଳାଗିରହିଥିବା ଦେଶମାନେ ସେମାନଙ୍କ ସୀମାକୁ ମୁକ୍ତ କରିଦେଇଛନ୍ତି ।

ଅଫଗାନିସ୍ତାନ ଶରଣାର୍ଥୀଙ୍କ ପାଇଁ ଅଲବନିଆ, କତର,ଇରାନ୍ ସୀମା ଖୋଲା ରହିଛି । କାନାଡା କହିଛି ୨୦ହଜାର ଅଫଗାନୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ । ଜୁଲାଇରୁ ଅଗଷ୍ଟ ୯ ଭିତରେ ଆଫଗାନିସ୍ତାନର ୧ଲକ୍ଷ ୨୬ ହଜାର ଅଫଗାନିସ୍ତାନ ନାଗରିକ ଭିଟାମାଟି ଛାଡିଛନ୍ତି । ପାକିସ୍ତାନର ସହଯୋଗରେ ଶକ୍ତିଶାଳୀ ହୋଇଥିବା ଆତଙ୍କବାଦୀ ସଂଗଠନ ୨୦ ବର୍ଷ ପରେ ଅଫଗାନିସ୍ତାନ ଦଖଲ କରିଛି । ୨ଲକ୍ଷ ୫୦ହଜାର ଆଫଗାନୀ ସୈନ୍ୟ ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି