Masthead

ବଦଲା ନେଲା ଆମେରିକା

କାବୁଲ (ବଡ଼ ଖବର ବ୍ୟୁରୋ): ଆମେରିକା ନେଲା ବଦଲା । କାବୁଲରେ ହୋଇଥିବା ବିସ୍ଫୋରଣର ବଦଲା ନେଇଛି ଶକ୍ତିଶାଳୀ ଆମେରିକା । ଆଫଗାନିସ୍ତାନର ISIS-K ଆଡ୍ଡା ଉପରେ ଉପରେ କରିଛି ଆକ୍ରମଣ । ତେବେ ସୂଚନା ମିଳିଛି ଯେ, ଏହି ଏୟାର ଷ୍ଟ୍ରାଇକରେ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ନିହତ ହୋଇଛି ।  କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ଏକ ନେଇଛି ପଦକ୍ଷେପ ।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର ଜବାବ ଦେବୁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ। କାବୁଲ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦାୟିତ୍ୱ ନେଲା । ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଥିଲା ।

କୁହାଯାଉଛି ଯେ ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି । କାବୁଲ ବିସ୍ଫୋରଣ ପରେ ଆମେରିକା ପ୍ରବଳ ଚାପରେ ଥିଲା । କାବୁଲ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ବିଡେନ ଭାଙ୍ଗି ମଧ୍ୟ ପଡିଥିଲେ । ସେ କହିଛନ୍ତି ଯିଏ ଏହି ଆକ୍ରମଣରେ ଜଡିତ ଅଛି, ଆମେ ସେମାନଙ୍କୁ ଛାଡିବୁ ନାହିଁ , ଖୋଜି ଖୋଜି ମାରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି