ବଲାଙ୍ଗିରରେ ହାଇଦ୍ରାବାଦ ଆଇଟି ଟିମ୍

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ପହଞ୍ଚିଲେ ହାଇଦ୍ରାବାଦ ଆଇଟିର ଆନାଲିସିସ୍‌ ଟିମ୍‌ । ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ଟଙ୍କା ଜବତ ପରେ ପହଞ୍ଚିଲା ଟିମ୍ । ୨୦ଟି ଟିମ୍‌ ସହ ଅଛନ୍ତି ଆୟକର ବିଭାଗର ପ୍ରାୟ ୧୫୦ କର୍ମଚାରୀ । ୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ଜବତ ହୋଇଥିବା ୨ ଶହ କୋଟିରୁ ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ । ଟଙ୍କା ଗଣି ଗଣି ମଣିଷ ଓ ମେସିନ ଉଭୟ ହାଲିଆ ହୋଇଛନ୍ତି ।

ସେପଟେ ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରେ ପୁଣି ଠାବ ହେଲା ଟଙ୍କାର ପାହାଡ଼ । ବଲାଙ୍ଗିର ସୁଦପଡ଼ା ସ୍ଥିତ ମଦ ଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ପ୍ରାୟ ୨୦ ପେଟି ଟଙ୍କା ଜବତ କରିଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ପ୍ରାୟ ୫୦ କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଉଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୨୦ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’