Masthead

କାବୁଲରେ ପୁଣି ବଡଧରଣର ବିସ୍ଫୋରଣ

କାବୁଲ(ବଡ଼ ଖବର ବ୍ୟୁରୋ):   କାବୁଲରେ ଗତ ଗୁରୁବାର ଆଇଏସ୍ ସଂଗଠନ ପକ୍ଷରୁ ସିରିଜ ବିସ୍ଫୋରଣ ହୋଇଥିଲା । ଯେଉଁଠି ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ପୁଣି ଥରେ ଛାତି ଥରାଇ ଦେବା ଭଳି ବିସ୍ଫୋରଣ ହୋଇଛି । ପୂର୍ବରୁ କାବୁଲ ବିମାନ ବନ୍ଦରରେ ପୁଣି ବିସ୍ଫୋରଣ ହେବା ନେଇ ଆମେରିକା ରାଷ୍ଟ୍ରପତି ଜୋନ ବାଇଡେନ କହିଥିଲେ । ଯାହାକି ଏବେ ସତ ହୋଇଛି । ଚତୁର୍ଥ ଦିନରେ ଏହା ତୃତୀୟ ବିସ୍ଫୋରଣ ହୋଇଥିବା ନେଇ ଜଣା ପଡିଛି । ଯାହାଫଳରେ କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପୂର୍ବରୁ ହୋଇଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏଥିରେ ଆମେରିକା ସୈନ୍ୟଙ୍କ ସମେତ ଆଫଗାନୀର କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହେଲେ ବିସ୍ଫୋରଣରେ ଅଧିକ ଆମେରିକା ସୈନ୍ୟ ନିହତ ହୋଇଥିବା ନେଇ ଦାବି କରିଥିଲା ଆମେରିକା । ତେବେ ସିରିଜ ବିସ୍ଫୋରଣ ପରେ କାବୁଲରେ ସତର୍କତା ଅବଲମ୍ବନ କରାଯାଇଥିଲା ହେଲେ ପୁଣି ଏଭଳି ବଡ ଧରଣର ବିସ୍ଫୋରଣ ସେଠାରେ ଆତଙ୍କ ଖେଳାଇ ଦେଇଛି । ଭୟରେ ଥରହର ହେଉଛି ଆଫଗନ । ସୂଚନା ମୁତାବିକ ହୋଇଥିବା ବିସ୍ଫୋରଣରେ କୌଣସି ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ