Masthead

କାବୁଲରେ ପୁଣି ବଡଧରଣର ବିସ୍ଫୋରଣ

କାବୁଲ(ବଡ଼ ଖବର ବ୍ୟୁରୋ):   କାବୁଲରେ ଗତ ଗୁରୁବାର ଆଇଏସ୍ ସଂଗଠନ ପକ୍ଷରୁ ସିରିଜ ବିସ୍ଫୋରଣ ହୋଇଥିଲା । ଯେଉଁଠି ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ପୁଣି ଥରେ ଛାତି ଥରାଇ ଦେବା ଭଳି ବିସ୍ଫୋରଣ ହୋଇଛି । ପୂର୍ବରୁ କାବୁଲ ବିମାନ ବନ୍ଦରରେ ପୁଣି ବିସ୍ଫୋରଣ ହେବା ନେଇ ଆମେରିକା ରାଷ୍ଟ୍ରପତି ଜୋନ ବାଇଡେନ କହିଥିଲେ । ଯାହାକି ଏବେ ସତ ହୋଇଛି । ଚତୁର୍ଥ ଦିନରେ ଏହା ତୃତୀୟ ବିସ୍ଫୋରଣ ହୋଇଥିବା ନେଇ ଜଣା ପଡିଛି । ଯାହାଫଳରେ କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପୂର୍ବରୁ ହୋଇଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏଥିରେ ଆମେରିକା ସୈନ୍ୟଙ୍କ ସମେତ ଆଫଗାନୀର କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହେଲେ ବିସ୍ଫୋରଣରେ ଅଧିକ ଆମେରିକା ସୈନ୍ୟ ନିହତ ହୋଇଥିବା ନେଇ ଦାବି କରିଥିଲା ଆମେରିକା । ତେବେ ସିରିଜ ବିସ୍ଫୋରଣ ପରେ କାବୁଲରେ ସତର୍କତା ଅବଲମ୍ବନ କରାଯାଇଥିଲା ହେଲେ ପୁଣି ଏଭଳି ବଡ ଧରଣର ବିସ୍ଫୋରଣ ସେଠାରେ ଆତଙ୍କ ଖେଳାଇ ଦେଇଛି । ଭୟରେ ଥରହର ହେଉଛି ଆଫଗନ । ସୂଚନା ମୁତାବିକ ହୋଇଥିବା ବିସ୍ଫୋରଣରେ କୌଣସି ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି