Masthead

ଧରାକୋଟ ବ୍ଲକରେ ଜଳ ଅଭାବ, ୨୫୦ରୁ ଅଧିକ ଚାଷୀ ହତାଶ

ଆସିକା  (ବଡ଼ ଖବର ବ୍ୟୁରୋ):ଜଳ ଅଭାବରୁ ଉଜୁଡିଗଲା ଫସଲ, ହେଲେ ବିଲରେ ଉଠି ନାହିଁ ଧାନ କେଣ୍ଡା । ଜଳ ଅଭାବ ଯୋଗୁଁ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି ।  ହତାଶ ହୋଇ ପଡିଛନ୍ତି ଚାଷୀ । ବର୍ଷ ସାରା ଅକ୍ଲାନ୍ତ ପରିଶ୍ରମ ପରେ ଅମଳ ହେବା ସମୟରେ ଫସଲ ନଷ୍ଟ ଚାଷୀକୁ ତଳିତଳାନ୍ତ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଝାଡବନ୍ଧ ପଚାଂୟତ ଝାଡବନ୍ଧ ଗ୍ରାମରେ । ଏହି ଗ୍ରାମରେ ଚଳିତ ବର୍ଷ ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ଚାଷୀ ପ୍ରାୟ ତିନି ହଜାର ଭରଣ ଜମିରେ ଧାନ ଚାଷ କରିଥିଲେ । ଜଳ ଅଭାବ ସାଙ୍ଗକୁ ସ୍ୱଳ୍ପ ବୃଷ୍ଟି ରୁଆ ହୋଇଥିବା ଧାନ ଫସଲକୁ ନଷ୍ଟ କରିଦେଇଛି । ଧାର କରଜ କରି ଧାନ ଚାଷ କରିଥିଲେ ଅନେକ ଚାଷୀ । ହେଲେ ଫସଲ ନଷ୍ଟ ଯୋଗୁଁ  ପରିବାର ପ୍ରତିପୋଷଣ କେମିତି କରିବେ ସେନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ