Masthead

୪୦୦ରୁ ଅଧିକ କଳାକାରଙ୍କ ସହ ସୁଟିଂ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାଏ ବଚ୍ଚନ ନିଜ ସୁନ୍ଦରତା ପାଇଁ ଯେତିକି ପରିଚିତ ନିଜ ଦମଦାର ଅଭିନୟ ପାଇଁ ମଧ୍ୟ ସେତିକି ଫେମସ । ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ବଲିଉଡରେ ତାଙ୍କର ଦବଦବା ରହିଛି । ନିଜ ଭୂମିକାକୁ ଅତି ନିଖୁଣ ଭାବେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଥାନ୍ତି । ତେବେ ଦୀର୍ଘ ଦିନ ହେବ ଐଶ୍ୱର୍ଯ୍ୟା ବଡ ପରଦାରେ ନଜର ଆସି ନାହନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଫାନ୍ନି ଖାନ’ରେ ଦର୍ଶକ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ଐଶ୍ୱର୍ଯ୍ୟଙ୍କର ଅପକମିଙ୍ଗ ପ୍ରେଜେକ୍ଟକୁ ନେଇ କିଛି ଖାସ ଖବର ଣୁଣିବାକୁ ମିଳିଛି ।

ନିକଟରେ ସେ ତାଙ୍କ ଆଗାମୀ ମୁଭି ‘ପୋନ୍ନିୟନ୍ ସେଲଭାନ୍’ ପାଇଁ ସୁଟିଂ ଜାରି ରଖିଛନ୍ତି । ଏହି ମୁଭିର ସୁଟିଂ ଖୁବ୍ ଦ୍ରୁତ ଗତିରେ ଚାଲିଥିବା ବେଳେ ବର୍ତ୍ତମାନ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି ମୁଭିର କ୍ରୁ ମେମ୍ବର । ସୁଚନା ଅନୁସାରେ ନିକଟରେ ଏହି ମୁଭିର ଏକ ସଙ୍ଗ ସୁଟିଂ କରିଛନ୍ତି ଐଶ୍ୱର୍ଯ୍ୟା ଏବଂ ଏହି ସଙ୍ଗରେ ସେ ୪୦୦ରୁ ଅଧିକ ଜୁନିୟର କଳାକାରଙ୍କ ସହ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ମଣି ରତ୍ନମ କହିଛନ୍ତି ଯେ ସେ ଏକ ବଡ ସ୍ତରରେ ଗୀତଟି ସୁଟିଂ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଐଶ୍ୱର୍ଯ୍ୟାଙ୍କ ସହ ୪୦୦ରୁ ଅଧିକ ଜୁନିୟର କଳାକାରଙ୍କୁ ସାମିଲ କରିବା ପାଇଁ ନିଷ୍ପତି ନେଲେ । ଫିଲ୍ମଟି ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ତିଆରି ହେଉଥିବା ବେଳେ ୫୦ରୁ ଅଧିକ ମୁଖ୍ୟ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ତେବେ ଐଶ୍ୱର୍ଯ୍ୟ ରାଏ ମଧ୍ୟ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅନେକ ଦିନ ଧରି ସେ ପରଦାରେ ନଜର ଆସି ନଥିବାରୁ ଦର୍ଶକ ବି ବେଶ୍ ଉତ୍ସାହିତ ହୋଇ ରହିଛନ୍ତି ଏହି ମୁଭିକୁ ନେଇ । ମୁଭିର ୯୦ ପ୍ରତିଶତ ଶୁଟିଂ ପ୍ରାୟ ସରିଯାଇଛି । ଦୁଇଟି ଭାଗରେ ମୁକ୍ତିଲାଭ କରିବ ଏହି ବିଗ୍ ବଜେଟ୍ ମୁଭି । ତେବେ ଏହି ମୁଭିରେ ଐଶ୍ୱର୍ଯ୍ୟାଙ୍କ ଭୂମିକା କଣ ରହିବ ତାହା କେବଳ ଦେଖିବାକୁ ବାକି ରହିଲା ।

ଐଶ୍ୱର୍ଯ୍ୟ ରାୟ ବଚ୍ଚନ ନିଜ ପ୍ରଫେଶନାଲ ଲାଇଫ ସହ ପର୍ଶନାଲ ଲାଇଫ ପାଇଁ ବି କାଫି ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ଅଭିଷେକ ଓ ଐଶ୍ୱର୍ଯ୍ୟଙ୍କର ଅନେକ ଫଟୋ ଓ ଭିଡିଓ କାଫି ଟ୍ରେଣ୍ଡ୍ କରେ ସୋସିଆଲ ମିଡିଆରେ । ଐଶ୍ୱର୍ଯ୍ୟଙ୍କର ଅପକମିଂ ଫିଲ୍ମ ହେଉ କି ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ସବୁକିଛି ପାଇଁ ଦର୍ଶକଙ୍କ ମନରେ ଭରି ରହିଥାଏ ଅନେକ କ୍ରେଜ୍ । ତେବେ ଫିଲ୍ମ ‘ସରବଜିତ୍’ ରେ ଐଶ୍ୱର୍ଯ୍ୟାଙ୍କର ନିଖୁଣ ଅଭିନୟ ଦେଖିସାରିବା ପରେ ଏହି ବିଗ୍ ବଜେଟ ମୁଭି ମଧ୍ୟ ନିହାତି ଏକ ହିଷ୍ଟ୍ରି ତିଆରି କରିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି