Masthead

ଆବାସ ଯୋଜନା ସାତ ସପନ

ଆଳି (ବଡ଼ ଖବର ବ୍ୟୁରୋ): ସରକାର ଗରିବ, ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ହେଲେ ଆଜିପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି ପାରୁନାହିଁ | ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନୂଆପଡ଼ା ପଞ୍ଚାୟତ ରାଇଲୋ ଗାଁରେ | ଏହି ଗାଁର ଅଧିକାଂଶ ଲୋକ ଦିନମଜୁରିଆ, ବିପିଏଲ ଶ୍ରେଣୀର, କିନ୍ତୁ ଆଜି ବି ଗାଁର ଅନେକ ଲୋକ ଘର ଖଣ୍ଡିଏ ପାଇନାହାନ୍ତି |

ଆବାସ ଯୋଜନାରେ ଘରଟିଏ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଦାବି କରିଛନ୍ତି | ଦୀର୍ଘବର୍ଷ ପରେ ବି ଏମାନଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିପାରି ନାହିଁ |ଅନ୍ୟପଟେ ଗରିବଙ୍କ ପାଇଁ ଆସୁଥିବା ଆବାସ ଯୋଜନା ଧନୀ ଶ୍ରେଣୀର ଲୋକେ ବିଭିନ୍ନ ଉପାୟରେ ହାତେଇଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ତେବେ ଶିକ୍ଷା ଓ ସଚେତନତା ଅଭାବରୁ ଏମାନେ ବ୍ଲକ କିମ୍ବା ପଞ୍ଚାୟତକୁ ଯାଉ ନ ଥିବା ବେଳେ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ କର୍ମଚାରୀ ଏମାନଙ୍କ ପ୍ରତି ଦୃଷ୍ଟି ଦେଉ ନ ଥିବା କହିଛନ୍ତି ଗ୍ରାମବାସୀ | ପ୍ରକୃତ ହିତାଧିକାରୀ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବାବେଳେ ଗ୍ରାମବାସୀଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମର ମଞ୍ଜୁ ମଲ୍ଲିକ, ସବିତା ମଲ୍ଲିକ, ଝୁନାପ୍ରଭା ଜେନା, ସ୍ଵର୍ଣ୍ଣଲତା ଜେନା, ଛବି ମଲ୍ଲିକ ପ୍ରମୁଖ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍