Masthead

ବିଶ୍ୱର ସବୁ ବଡ଼ ଇଭେଣ୍ଟ ବନ୍ଦ ରହିଛି କିନ୍ତୁ ଯୋଗ ଦିବସ ପାଳନ ବନ୍ଦ ହୋଇନି: ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଯୋଗ ଦିବସ । ପ୍ରତିବର୍ଷ ସମୂହ ଯୋଗ ଅଭ୍ୟାସ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ମଧ୍ୟ କରିଥାନ୍ତି । କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସମୂହ ଯୋଗ ଅଭ୍ୟାସ ବନ୍ଦ ରହିଛି । ଆଉ ଭର୍ଚୁଆଲ ମାଧ୍ୟମରେ ଦେଶବାସୀଙ୍କୁ ସକାଳ ୬ଟା ୩୦ରେ ସମ୍ବୋଧନ କରିଛନ୍ତି ମୋଦି । ମହାମାରୀ ସମୟରେ ଯୋଗ କିପରି ସୁସ୍ଥ ରହିବାର ମୁଖ୍ୟ ଅସ୍ତ୍ର ସାଜିଛି ସେ ବିଷୟରେ ଦେଶବାସୀଙ୍କୁ କହିଛନ୍ତି ମୋଦି । ଯୋଗ କିପରି ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ ସେଥିପାଇଁ ମଧ୍ୟ ଚେଷ୍ଟା କରିବାକୁ ଜନତାଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ସମ୍ବୋଧନରେ ମୋଦି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଯୋଗକୁ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।

ଏହାଛଡ଼ା ଏମ-ଯୋଗ ଆପର ଆରମ୍ଭ ମଧ୍ୟ କରାଯିବ । ଯେଉଁଥିରେ ବିଭିନ୍ନ ଯୋଗର ତାଲିମ ଭିଡିଓ ବିଶ୍ୱର ସବୁ ପ୍ରାନ୍ତରେ ଭିନ୍ନ ଭିନ୍ନ ଭାଷାରେ ପହଞ୍ଚାଯିବ । ଯାହାକି ‘ୱାନ ୱାର୍ଲ୍ଡ, ୱାନ ହେଲ୍ଥ’ ଲକ୍ଷ୍ୟକୁ ପୂରଣ କରିବ । ତେବେ ସବୁବୟସର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ଗୋଟିଏ ଉପାୟ ହିଁ କାମ ଦେବ ତାହା ହେଉଛି ଯୋଗ । ଆଧୁନିକ ଯୁଗର ଟେକ୍ନୋଲୋଜି ଓ ପ୍ରାଚୀନ ପରମ୍ପରାର ମିଶ୍ରଣ ସମସ୍ତଙ୍କୁ ଲାଭ ଦେବ । ଆଜି ଯେତେବେଲେ ସାରା ବିଶ୍ୱ ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଯୋଗ ସମସ୍ତଙ୍କ ମନରେ ନୂଆ ଆଶା ସଞ୍ଚାର କରୁଛି । ଯୋଗ ଦିବସ ପାଇଁ ଚଳିତବର୍ଷର ସ୍ଲୋଗାନ ‘ସୁସ୍ଥତା ପାଇଁ ଯୋଗ’ ଲୋକଙ୍କୁ ବ୍ୟାୟାମ କରିବାକୁ ଉତ୍ସାହିତ କରିଛି । ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ମୁଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ମୋଦି ।

ସେହିପରି ଯୋଗ ଶ୍ୱାସକ୍ରିୟାକୁ ସଠିକ କରିବାରେ ଯୋଗ ଫାଇଦା ଦେଇଥାଏ । କରୋନା ବିରୋଧରେ ଲଢ଼େଇ କରିବାକୁ ମଧ୍ୟ ଯୋଗ ସାହାଯ୍ୟ କରୁଛି । କୋଭିଡ଼ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ସୁସ୍ଥ ହେବାରେ ଯୋଗର ଭୂମିକାକୁ ଭଲ ଭାବେ ବୁଝିଛନ୍ତି । ସେମାନେ ମଧ୍ୟ ଯୋଗ କରିବାକୁ ଲୋକଙ୍କୁ ବୁଝାଉଛନ୍ତି । ତେବେ ୨ବର୍ଷ ହେଲା ବିଶ୍ୱରେ କୌଣସି ବଡ଼ ଇଭେଣ୍ଟ ଆୟୋଜନ ହୋଇନି । କିନ୍ତୁ ଯୋଗ ଦିବସକୁ କେହି ବି ଭୁଲି ନାହାନ୍ତି । ଆଜି ଭାରତ ସହ ପ୍ରାୟ ୧୭୦ ଦେଶରୁ ଅଧିକ ଦେଶରେ ଯୋଗ ଦିବସ ପାଳନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି