Masthead

ବିଜେପି ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟ ପାଇଁ ଦଳ ୨ଭାଗ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଜେପି ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟ ପାଇଁ ଦଳ ୨ଭାଗ । ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଜପା ମୁଖ୍ୟ ଟିମ୍‌ର ମାରାଥନ୍‌ ବୈଠକ ବାରମ୍ବାର ବସୁଛି। ଅନ୍ୟପକ୍ଷରେ ଦଳର ରାଜ୍ୟ ସଭାପତି ନଳିନ କୁମାର କାତିଲଙ୍କର ଟିପୁ ସୁଲ୍‌ତାନ ବନାମ ଭି.ଡି. ସଭରକର ବର୍ଣ୍ଣନାକୁ ନେଇ ଦଳ ଭିତରେ ମତଭେଦ ବଢ଼ିବାରେ ଲାଗିଛି। ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କୁ ନେଇ କାତିଲ ଭାଜପା ପ୍ରଚାରକୁ କେନ୍ଦ୍ରୀଭୂତ କରିବାକୁ ଉଦ୍ୟମ କରୁଥିବା ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଗ୍ରହଣ କରୁନାହିଁ।

ଏଥର ନିର୍ବାଚନ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବନାହିଁ ବରଂ ସଭରକର ଏବଂ ଟିପୁଙ୍କ ନୀତି ଆଦର୍ଶ ମଧ୍ୟରେ ହେବ ବୋଲି କିଛିଦିନ ପୂର୍ବରୁ କାତିଲ କହିଥିଲେ। ଟିପୁ ସମର୍ଥକମାନଙ୍କୁ କର୍ଣ୍ଣାଟକରୁ ତଡ଼ିଦେବାକୁ କାତିଲ ଆହ୍ବାନ ଦେଇ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। କର୍ଣ୍ଣାଟକ ରାମଙ୍କ ଭୂମି। ଯେଉଁମାନେ ରାମଙ୍କ ଭଜନ ଗାଇବେ କେବଳ ସେମାନେ ଏହି ଭୂମିରେ ରହିବେ ବୋଲି ଭାଜପା ରାଜ୍ୟ ସଭାପତି କାତିଲ କୋପାଲ ଜିଲାର ୟେଲବୁର୍ଗାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ। ଭାଜପା କର୍ଣ୍ଣାଟକରେ ପୁଣି ଥରେ କ୍ଷମତାରେ ରହିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏଥର କଂଗ୍ରେସଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ଏହା ଏକ ସ୍ମାର୍ଟ ଫର୍ମୁଲା ବୋଲି ଦଳର ଗୋଟିଏ ଗୋଷ୍ଠୀ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ