Masthead

ଚିକିତ୍ସା ଅବହେଳା ଶିଶୁର ମୃତ୍ୟୁ ଅଭିଯୋଗ

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳା ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । ମେଡିକାଲରେ ଧାରଣା । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଧିନସ୍ଥ ଗତିଗୁଡ଼ା ଗ୍ରାମ ସୁକଦେବ ବିଡିକାଙ୍କ ୯ ବର୍ଷ ପୁଅ ଆଏଲ୍ ବିଡିକା ଗତ କିଛି ଦିନ ତଳେ ଜ୍ୱରରେ ପୀଡ଼ିତ ହୋଇଥିବାରୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଶିଶୁଟିକୁ ପ୍ରାଥମିକ ଚିକିତ୍ସା କରି ଘରକୁ ଛାଡ଼ିଦେଇ ଥିଲେ। ରାତ୍ରରେ ଶିଶୁର ଜ୍ୱର ବିଲକୁଲ କମି ନଥିବାରୁ ପୁନର୍ବାର ଗୁରୁବାର ଦିନ ସକାଳେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ରକ୍ତ ପରୀକ୍ଷା କରିବାରୁ ଆଏଲ୍ ବିଡିକାକୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା କିନ୍ତୁ ପୂର୍ବ ଦିନରେ ପରୀକ୍ଷା କରିଥିଲେ ପୁଅ ବଞ୍ଚିଯାଇ ଥାଆନ୍ତା ବୋଲି ବାପା ଅଭିଯୋଗ ଆଣିଛନ୍ତି । ତେବେ ଡାକ୍ତରଙ୍କ ଅବହେଳା ପାଇଁ ଏଭଳି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସା ଅବସ୍ଥାରେ ଅକ୍ସିଜନ୍ ନଦେଇ ଡ଼ାକ୍ତର ଜାଣିଶୁଣି ମାରିଦେଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲରେ ଛାପା ଉତେଜନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ନାରାୟଣପାଟଣା ଥାନା ପୋଲିସ୍ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ