Masthead

କାମ ନ କରି ଖାଇଗଲେ

ଖଲ୍ଲିକୋଟ, (ବଡ଼ ଖବର ବ୍ୟୁରୋ): ମନରେଗା ଯୋଜନାରେ ଖାଇଗଲେ ଟଙ୍କା। କାମ ନ କରି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ମଞ୍ଜୁରୀ ମିଳିବା ପରେ ସେହି ରାସ୍ତାରେ ମନରେଗା (ୱାର୍କ କୋଡ୍-୨୪୩୨୫୦୯) ମାଧ୍ୟମରେ ରାସ୍ତା କରିବା ନାଁରେ ଖାଇଗଲେ ଟଙ୍କା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତରେ। ବଡ଼କ୍ଷେତାଠାରୁ ଖାରିପଲ୍ଲୀ ରାସ୍ତା ନିର୍ମାଣ ନାଁରେ ୨୦୧୮ ଫେବୃଆରୀ ମାସରେ ମନରେଗା କାର୍ଯ୍ୟ ଆରମ୍ଭ କରି ପ୍ରାୟ ୪ଲକ୍ଷ ଟଙ୍କା ଉଠାଯାଇଥିଲା। ତେବେ ସେହି ମାସରୁ ଉକ୍ତ ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ଆସି କାମ ଆରମ୍ଭ ହୋଇଥିଲା।

ତଥ୍ୟ ଅନୁଯାୟୀ, ରାସ୍ତାରେ ମନରେଗା ମାଧ୍ୟମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ମଞ୍ଜୁରୀ ପରେ ଟଙ୍କା ଉଠାଗଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲଙ୍ଗଳେଶ୍ୱରଠାରୁ ଘୋଡ଼ାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ସେହି ରାସ୍ତାରେ ବଡ଼କ୍ଷେତା ଓ ଖାରିପଲ୍ଲୀ ରାସ୍ତା ମଧ୍ୟ ରହିଛି। ଉକ୍ତ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ନେଇ ଆଇତିପୁର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ନୂତନ ଭାବେ ଏହି ପଞ୍ଚାୟତରେ ଯୋଗ ଦେଇଥିବା ରୁ କିଛି ଜାଣି ନ ଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ