Masthead

ଅମାନିଆ ସାବାଡ଼ ହେବେ କେବେ ?

ରାଉରକେଲା(ବଡ଼ ଖବର ବ୍ୟୁରୋ): ଅମାନିଆ ମାନୁନାହାନ୍ତି କରୋନା କଟକଣା। ବିନା ମାସ୍କରେ ଜନଗହଳି ସ୍ଥାନରେ ବୁଲୁଛନ୍ତି ଲୋକେ। ହାଟ, ବଜାରରେ ଅସମ୍ଭାଳ ଭିଡ଼। ଲୋକେ ମାନୁନାହାନ୍ତି ସାମାଜିକ ଦୂରତା ଓ ପିନ୍ଧୁନାହାନ୍ତି ମାସ୍କ। ଦିନକୁ ଦିନ ସୁନ୍ଦରଗଡ଼ ଓ ରାଉରକେଲା ସହରରେ ବଢିବାରେ ଲାଗିଛି କରୋନା ପଜିଟିଭ ସଂଖ୍ୟା। ରାଉରକେଲା ସହରବାସୀ କରୋନାକୁ ଯେମିତି ଭୁଲି ଯାଇଛନ୍ତି, ସେହି ଭଳିଆ ଦୃଶ୍ୟ ଦେଖିବାକୁ ମିଳୁଛି ।

ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଲୋକେ କରୋନା କଟକଣାକୁ ଫୁ କରି ଉଡାଇଦେଉଛନ୍ତି। ରାଉରକେଲା ସହରର ଛେଣ୍ଡ ହାଟ, ଆମ୍ବଗାନ ହାଟ ଏବଂ ରାଉରକେଲା ଟ୍ରାଫିକ ମାର୍କେଟ ଆଦି ଅଞ୍ଚଳରେ ଲୋକେ ବିନା ମାସ୍କରେ ମାର୍କେଟିଂ ପାଇଁ ଆସି ଗହଳି ମଧ୍ୟରେ ବୁଲୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ ଏଠାରେ ବେପାରୀ ମାନେ ମଧ୍ୟ ପିନ୍ଧୁନାହାନ୍ତି ମାସ୍କ । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଲୋକେ ମନୁନାହାନ୍ତି କରୋନା ନିୟମ । ବେଫିକର ହୋଇ ବୁଲୁଛନ୍ତି ସହରରେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନତା କରାଯାଇଛି । ରାଉରକେଲା ସହରର କିଛି ଅମାନିଆ ମାନୁନାହାନ୍ତି କରୋନା କଟକଣା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ