Before Header

ଗେଣ୍ଡୁ ଚାରା ଚୋରି ପାଇଁ ନାବାଳିକାକୁ ହତ୍ୟା

0 31

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ); ସାମାନ୍ୟ ଗେଣ୍ଡୁ ନାବାଳିକାକୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଳା ଉଦଳା ଭାଲୁହୁରୁଡା ଗାଁରେ । ସୂଚନାନୁଯାୟୀ ନିଜ ୧୨ ବର୍ଷର ଝିଅ ସରସ୍ୱତୀକୁ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା ।

ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ଝିଅ ଗେଣ୍ଡୁ ଜଛ ଚୋରି କରିଥିବା କହିଥିଲେ । ସୀତା ରାତିରେ ଆସି ଘରେ ପହଞ୍ଚିଲାବେଳକୁ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ୱତୀଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ମଧ୍ୟ ଦେଖାଯାଇଥିଲା । ଗେଣ୍ଡୁଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.