Masthead

ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେଡିକୁ ବଡ଼ ଝଟକା । ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ରାଜ୍ୟ ବିଜେପି ଅଫିସ୍‌ରେ ଆସି ଦଳରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ । ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଅମରଙ୍କ ସହ ନୂଆପଡ଼ାର କିଛି ବିଜେଡି ନେତା ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ୨୪ ନିର୍ବାଚନରେ ବିଜେଡି ହାରିବା ପରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ୨ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମୋହାନ୍ତ ବିଜେପିରେ ମିଶିଥିଲେ ।

ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ପଟ୍ଟନାୟକ । କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି । ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି । ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ । ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ପାଇପାରିଛି । ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି ବୋଲି କହିଛନ୍ତି ଅମର । ସେ କହିଛନ୍ତି ଏବେ ରାଜ୍ୟର ସେବା ସହ ରାଷ୍ଟ୍ରନିର୍ମାଣରେ ସାମିଲ୍‌ ହେବାକୁ ଲକ୍ଷ୍ୟ ରଖିଛି । ଦଳ ମୋତେ ଯେଉଁ ଦାୟିତ୍ବ ଦେବ ସାମର୍ଥ୍ୟ ସହ ମୁଁ ସବୁ କିଛି କରିବି ।

୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ ଦଳ ପାଇଁ କାମ କରିଚାଲିଲେ । ୨୦୧୯ରେ ଦଳ ରାଜ୍ୟସଭା ସାଂସଦ ଭାବେ ଅମର ପଟ୍ଟନାୟକଙ୍କୁ ଚୟନ କରିଥିଲା । ୨୦୧୯ରୁ ପାଞ୍ଚ ବର୍ଷ ଯାଏ ସେ ରାଜ୍ୟସଭା ସାଂସଦ ଭାବେ କାମ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି