Masthead

ଅମ୍ବାନୀ ପ୍ରଥମ, ଆଦାନୀ ଦ୍ୱିତୀୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟରେ ୨୦୨୧ରେ କାହା ନାଁରେ ସମ୍ପତି କେତେ ବଢିଛି, ତାର ଏବେ ସୂଚନା ମିଳିଛି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧ନଂ ସ୍ଥାନରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି । କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାରେ ୧ନଂ ସ୍ଥାନରେ ରହିଛନ୍ତି । ଖବର ଅନୁଯାୟୀ ତାଙ୍କ ପାଖରେ ଏବେ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମହାମାରୀ ସତ୍ତେ ୯% ବଢିଛି । ରିଟେଲ ଓ ଟେଲିକମ ଅପରେସନରୁ ସେ ଅଧିକ ଲାଭ ପାଇଛନ୍ତି ।

କରୋନା ମାହାମାରୀ ସମୟରେ ଡିଜିଟାଲ ବ୍ୟବସାୟର ଚାହିଦା ବଢିଥିଲା । ତେବେ ଏ ନେଇ ଅମ୍ବାନୀଙ୍କ ଦୈନିକ ଆୟ କୋଟି କୋଟି ଟଙ୍କା ବଢିଛି । ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ହେଉଛି ପ୍ରଥମ କମ୍ପାନୀ ଭାବେ ୨୦୦ ବିଲିୟନ ଡଲାରର ମାର୍କେଟ ଭ୍ୟାଲୁ ଅତିକ୍ରମ କରିଛି । ତେବେ ରିଲାଏନ୍ସ ୨୦୨୧ରେ ବିଶ୍ୱର ମୂଲ୍ୟବାନ କମ୍ପାନୀମାନଙ୍କ ମଧ୍ୟରେ ୫୭ତମ ତାଲିକାରେ ରହିଛି ବୋଲି ସୂଚନା ମଳିଛି ।

ତେବେ ଅନ୍ୟପଟେ ଦ୍ୱିତୀୟ ଧନୀ ତାଲିକାରେ ଅଛନ୍ତି ଶିଳ୍ପପତି ଗୈାତମ ଆଦାନୀ । ୨୦୨୧ରେ ତାଙ୍କର ସମ୍ପତ୍ତି ୨୬୧ ଗୁଣ ବୃଦ୍ଧି ପାଇଛି । ତେବେ ଆମ୍ବାନୀ ଦେଶର ପ୍ରଥମ ଧନୀ ତାଲିକାରେ ସ୍ଥାନ ପାଇଥିବା ବେଳେ ଆଦାନୀ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି । ଆଦାନୀ ପରିବାରର ସମ୍ପତ୍ତି ଷ୍ଟକ ମାର୍କେଟରେ ଚାହିଦା ଯୋଗୁ ୫,୦୫,୯୦୦ କୋଟିରେ ପହଞ୍ଚିଯାଇଛି । ସୂଚନା ଅନୁସାରେ ଚଳିତ ବର୍ଷ ୫୯ ବର୍ଷୀୟ ଆଦାନୀଙ୍କ ସମ୍ପତ୍ତି ଦୈନିକ ୧୦୦୨ କୋଟି ଟଙ୍କା ବଢିଛି ।

ତେବେ ସେହିପରି ଧନୀ ତାଲିକାର ତୃତୀୟ ସ୍ଥାନରେ ଏଚସିଏଲର ଶିବ ନାଦର ଓ ତାଙ୍କ ପରିବାର ରହିଛନ୍ତି । ଏବେ ପରିବାର ପାଖରେ ୨,୩୬,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେ ଏଚସିଏଲର ତୃତୀୟ ଭାରତୀୟ ଆଇଟି କମ୍ପାନି ଭାବେ ୧୦ ବିଲିୟନ ଡଲାର ରେଭିନ୍ୟୁ ସୀମାକୁ ଅତିକ୍ରମ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି