Masthead

ଇସ୍ରାଏଲକୁ କ୍ଲିନ ଚିଟ୍ ଦେଲା ଆମେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସା ଯୁଦ୍ଧକୁ ହେଲାଣି ୧୧ ଦିନ । ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁଦ୍ଧ ଭିତରେ ଇସ୍ରାଏଲ ତେଲ ଅବିବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦୁଇ ନେତାଙ୍କ ଭିତରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି ।

ଗାଜା ହସ୍ପିଟାଲ ଆକ୍ରମଣ ନେଇ ଇସ୍ରାଏଲକୁ କ୍ଲିନ ଚିଟ୍ ଦେଇଛି ଆମେରିକା । ହସ୍ପିଟାଲ ଉପରେ ଆକ୍ରମଣକୁ ବାଇଡେନ୍ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ଆକ୍ରମଣ ପଛରେ ଅନ୍ୟ ଟିମ୍ ଥିବା କହିଛନ୍ତି ବାଇଡେନ । ହସ୍ପିଟାଲ ଉପରେ ଆକ୍ରମଣକୁ ସମାଲୋଚନା ଇସ୍ରାଏଲ ସହ ସବୁ ପରିସ୍ଥିତିରେ ରହିଛି ଆମେରିକା । ସୁରକ୍ଷା ପାଇଁ ଇସ୍ରାଏଲ ଯାହା ଆବଶ୍ୟକ କରିବ, ତାହା ନିଶ୍ଚିତ କରିବ ଆମେରିକା ।

ହେଲେ ଗାଜାରେ ସ୍ଥଳ ଅଭିଯାନ କରିବା ପାଇଁ ଇସ୍ରାଏଲ ଯେଉଁ ଯୋଜନା ରଖିଛି, ତାହା ସହ ଆମେରିକା ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଏକମତ ନାହାନ୍ତି । ସେ ଚେତାଇ ଦେଇଛନ୍ତି ଯେ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଯେଉଁ ଭୁଲ କରିଥିଲା, ସେହି ଭୁଲ ଇସ୍ରାଏଲ ନ ଦୋହରାଉ । ସେପଟେ ଇସ୍ରାଏଲ ବିମାନ ଗାଜା ଉପରେ ଆକ୍ରମଣ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା