Masthead

କ୍ରିକେଟ ବିଶ୍ୱକପ; ଆଜି ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ । ମହାରାଷ୍ଟ୍ର ପୁଣେରେ ଦିନ ୨ଟାରେ ମୁହାଁମୁହିଁ ହେବେ ଉଭୟ ଟିମ୍‌ । ଲଗାତାର ଚତୁର୍ଥ ବିଜୟ ଲକ୍ଷ୍ୟରେ ଭାରତ । ୨୫ ବର୍ଷ ପରେ ଭାରତରେ ଭାରତ ବିପକ୍ଷରେ ଦିନିକିଆ ଖେଳିବ ବାଂଲାଦେଶ । ଏଯାଏଁ ଚଳିତ ବିଶ୍ୱକପରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚ୍ ଜିତି ସାରିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ବିରୋଧରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଥିଲା । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ତେଣୁ ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆ ନିଜର ଏହି ଚମତ୍କାର ଫର୍ମକୁ ଜାରି ରଖିବାକୁ ଭରପୁର ପ୍ରୟାସ କରିବ । ସେପଟେ ବାଂଲାଦେଶ ମଧ୍ୟ ଟକ୍କର ଦେବାକୁ ସବୁ ପ୍ରକାର ଚେଷ୍ଟା କରିବ । ବିଶ୍ବକପ୍‌ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍‌ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି । ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ । ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣ ୨୦୧୧, ୨୦୧୫, ୨୦୧୯ରେ ପରାଜୟ ବରଣ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା