ସୁଟିଂ ସେଟରେ ଆହତ ହେଲେ ବିଗ ବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆହତ । ହାଇଦ୍ରାବାଦରେ ସୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ବିଗ ବି । ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ଅଭିନୟ କରୁଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ଶୁଟିଂ ସମୟରେ ଅମିତାଭ ବଚ୍ଚନ ଆକ୍ସନ ସୁଟ କରିବା ସମୟରେ ଆହତ ହୋଇଛନ୍ତି।

ତାଙ୍କର ରିବ କାର୍ଟିଲେଜରେ ଆଘାତ ଲାଗିଛି। ଛାତିର ଡାହାଣ ପଟର ମାଂସପେଶୀରେ ଆଘାତ ହୋଇଥିବା କୁହାଯାଇଛି। ଏହା ପରେ ଫିଲ୍ମର ଶୁଟିଂ ବାତିଲ କରାଯାଇଛି। ଶୁଟିଂ ସେଟର ସଦସ୍ୟମାନେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ବିଗ ବିଙ୍କର ସିଟି ସ୍କାନ କରାଯାଇଛି। ବର୍ତ୍ତମାନ ସେ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ