ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କ ହତ୍ୟା ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ପରିସରରେ ତ୍ରିରଙ୍ଗାକୁ କାଢି ଆଣିବା ଅଭିଯୋଗରେ ଗିରଫ କରାଯାଇଥିଲା।
ଏଥିସହ ଅମୃତପାଲଙ୍କ ଗିରଫକୁ ବିରୋଧ କରି ଅବତାର ଲଣ୍ଡନର ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଆକ୍ରମଣ କରିବାର ମାଷ୍ଟର ମାଇଣ୍ଡ ଥିଲେ। ଅବତାରଙ୍କୁ ବମେର୍ଧମର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଥିଲା।