Masthead

ମହାରାଷ୍ଟ୍ର ମହାଡ୍ରାମା, କାଲି ଦିଲ୍ଲୀରେ କଂଗ୍ରେସ ନେତାଙ୍କ ବୈଠକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଥମୁନି ମହାରାଷ୍ଟ୍ର ମହାଡ୍ରାମା । ଦୁଇ ବଡ ବିରୋଧୀ ଦଳ ଶିବସେନା ଏବଂ ଏନସିପି ଦୁଇ ଫାଳ ହୋଇ ସାରିଛି । ଉଭୟ ଦଳର ଗୋଟିଏ ଭାଗ ବର୍ତ୍ତମାନ ବିଜେପି ସହ ସରକାରରେ । ଦୁଇ ଦଳର ଅଧିକାଂଶ ବିଧାୟକ ପକ୍ଷ ପରିବର୍ତ୍ତନ କରିଛନ୍ତି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ କଂଗ୍ରେସ ହେଉଛି ଏକମାତ୍ର ବିରୋଧି ଦଳ, ଯାହାର ପରିବାର ଭାଙ୍ଗିନାହିଁ। ତେବେ ଏହି ପରିସ୍ଥିତିରେ ମହାରାଷ୍ଟ୍ର ସମ୍ପର୍କରେ କଂଗ୍ରେସ ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ହେବାକୁ ଯାଉଛି। ଜୁଲାଇ ୧୧ ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଂଗ୍ରେସ ମଖ୍ୟ ମଲ୍ଲିକାର୍ଜୁନ ଖାର୍ଗ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ।

ଦଳ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ସଭାପତି ଖାର୍ଗେ ଏବଂ ରାହୁଲ ଗାନ୍ଧୀ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାଜ୍ୟରେ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବେ। ଏଥିରେ ବିଧାୟକଙ୍କ ଉପରେ ଥିବା ବିପଦ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ। କାରଣ ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ବିଧାୟକଙ୍କ ଆଦାନ ପ୍ରଦାନ ଋତୁ ଚାଲିଛି। ଏଭଳି ପରିସ୍ଥିତିରେ କଂଗ୍ରେସ ମଧ୍ୟ ଦଳରେ ବିଭାଜନକୁ ନେଇ ଚିନ୍ତା ଆରମ୍ଭ କରିଛି। ଏନସିପିରେ ବିଭାଜନ ପରେ ବିଜେପି ନେତାମାନେ ଦାବି କରିଛନ୍ତି ଯେ ଏକମାତ୍ର ବିରୋଧୀ କଂଗ୍ରେସର ଅନେକ ବିଧାୟକ ମଧ୍ୟ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ଆଗାମୀ ଦିନରେ ମଧ୍ୟ ମିଳିତ ମଞ୍ଚରେ ଯୋଗ ଦେଇପାରନ୍ତି।

ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଦାବି କରିଛନ୍ତି ଯେ କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବାକୁ ଚାହୁଁଛନ୍ତି। ଯଦିଓ ବିଧାୟକଙ୍କ ସହ ଯୋଗାଯୋଗ ହେବାର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ କହିଛି ଦୀର୍ଘ ଦିନରୁ ବିଜେପି ଏଭଳି ଉଦ୍ୟମ ଜାରି ରଖିଛି, କିନ୍ତୁ ତାହା ସଫଳ ହେବ ନାହିଁ। ମହାରାଷ୍ଟ୍ରରେ ବିରୋଧୀଦଳର ନେତା ପଦ ପାଇବାକୁ କଂଗ୍ରେସ ଚେଷ୍ଟା କରୁଛି । ତେବେ ବର୍ତ୍ତମାନ ସମୟରେ ଯଦି ଦଳ ଭାଙ୍ଗିବା ପରିସ୍ଥିତି ଆସେ, ତେବେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ଏହା ଏକ ବଡ ଝଟକା ହେବ। ବର୍ତ୍ତମାନ ମହାରାଷ୍ଟ୍ରରେ କଂଗ୍ରେସର ମୋଟ ୪୪ ଜଣ ବିଧାୟକ ଥିବାବେଳେ ଶିବସେନା ଏବଂ ଏନସିପି ସମ୍ପୂର୍ଣ୍ଣ ବିଭାଜିତ ହୋଇସାରିଛି। ତେବେ ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କଂଗ୍ରେସ ସବୁଠୁ ବଡ ବିରୋଧୀ ଦଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ