(ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୯ ବର୍ଷର ବିଜୟଧାରାରେ ବ୍ରେକ ଲାଗିଛି । ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିଛି ପାକିସ୍ତାନ । ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ତେବେ ପାକିସ୍ତାନର ବିଜୟ ପରେ ଭାରତରେ କିଛି ଲୋକେ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ । ଏମିତିକି ସେମାନେ ପାକିସ୍ତାନର ବିଜୟ ଖୁସିରେ ବାଣ ଫୁଟାଇଥିଲେ ।
ଏପରି ବ୍ୟବହାରକୁ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଖୁବ ରାଗିଯାଇଛନ୍ତି । ସେ କହିଛନ୍ତି, ଯେ ଭାରତରେ ବାଣ ଫୁଟାଇବା ଉପରେ ବ୍ୟାନ ଲାଗିଛି ।ତେବେ ଏ ସବୁ କେଉଁଠୁ ଆସିଲା । ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତକାଲିର ମ୍ୟାଚ ପରେ କିଛି ଲୋକେ ପାକିସ୍ତାନ ବିଜୟର ସେଲିବ୍ରେସନ ପାଇଁ ବାଣ ଫୁଟାଇଥିଲେ । ତା ହେଲେ ଦୀପାବଳିରେ ବାଣ ଫୁଟାଇବାରେ ସମସ୍ୟା କଣ ଅଛି । ସେହ୍ୱାଗଙ୍କ ଏଭଳି ଟ୍ୱିଟ୍ ପରେ ବାଣ ବ୍ୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Firecrackers are banned during Diwali but yesterday in parts of India there were firecrackers to celebrate Pakistan ‘s victory. Achha they must have been celebrating victory of cricket. Toh , what’s the harm in fireworks on Diwali. Hypocrisy kyun ,Saara gyaan tab hi yaad aata hai
— Virender Sehwag (@virendersehwag) October 25, 2021
ରବିବାର ପାକିସ୍ତାନର ବିଜୟରେ ଭାରତର କିଛି ସ୍ଥାନରେ ଉତ୍ସବ ମନା ଯାଉଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନର କିଛି ସମର୍ଥକ ଏପରି କରିଛନ୍ତି । ଗତକାଲିର ମ୍ୟାଚ ପରେ କଶ୍ମୀର ଘାଟିର କିଛି ଜିଲ୍ଲାରେ ପାକିସ୍ତାନ ବିଜୟର ଉତ୍ସବ ମନାଯିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ଏହି ଭାଇରାଲ ହୋଇଥିବା ଭିଡିଓଟି ଗୋଟେ ମେଡିକାଲ କଲେଜର ବୋଲି କୁହାଯାଇଛି ।