Masthead

ବିଜେପିକୁ ସାରଦାଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଲୋକେ ଚାହୁଁଛନ୍ତି ସ୍ୱାଧୀନ ଭାବେ ଲଢ଼ିବି

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ବିଜେପିରୁ ଟିକେଟ ନମିଳିବାରୁ ସାରଦା ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ସାରଦା ମାହାଙ୍ଗାରୁ ନିର୍ବାଚନ ଲଢ଼ିଲେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି । ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ପାଇଁ ସାରଦା ମୁଣ୍ଡ ବ୍ୟଥାର କାରଣ ପାଲଟିଛନ୍ତି ।

ପଚାଶରୁ ଅଧିକ ପଞ୍ଚାୟତରେ ସମର୍ଥନ ସଭା ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଏହି ବିଦ୍ରୋହୀ ନେତା ହଜାର ହଜାର ସମର୍ଥକଙ୍କୁ ନେଇ ନିଜର ଶକ୍ତି ପରୀକ୍ଷା କରିଛନ୍ତି । ମାହାଙ୍ଗାରେ ବିଜେପି ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିଲା । ଦଳୀୟ ପ୍ରାର୍ଥୀମାନେ ମାତ୍ର ୩ ହଜାର ୫ ହଜାର ଭୋଟ ପାଉଥିଲେ । ବିଜେପିକୁ ସଂଗଠିତ ଓ ଶକ୍ତିଶାଳୀ କରିବା ସହିତ ମାହାଙ୍ଗାରେ ଶାସକ ବିଜେଡିର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସାରଦା ଲଢ଼ି ଆସୁଥିଲେ ।

ଦଳ ତାଙ୍କୁ ଟିକେଟ ନଦେବାରୁ ସେ ବିଦ୍ରୋହୀ ସାଜିବା ଚର୍ଚ୍ଚା ହେଉଛି । ହଜାର ହଜାର ବିଜେପି କର୍ମୀ ଏବଂ କାର୍ଯ୍ୟକର୍ତ୍ତା ସାରଦାଙ୍କୁ ଖୁଲମ ଖୁଲା ସମର୍ଥନ ଦେବା ଦେଖିବାକୁ ମିଳୁଛି । ସାରଦା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଲେ ଦଳ ତାଙ୍କ ବିରୁଦ୍ଧରେ ଯେ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ସେଥିପାଇଁ ସେ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି । ମାହାଙ୍ଗାର ସ୍ୱାଭିମାନ ପାଇଁ ସାରଦା ବିଦ୍ରୋହୀ ପ୍ରାର୍ଥୀ ହେଲେ ଏହା ବୈଜୟନ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ